ହସ୍ପିଟାଲରେ ଭର୍ତ୍ତି ହେଲେ ସଲମାନ

ମୁୁମ୍ବାଇ:  ସଲମାନ ଖାନଙ୍କୁ ରିପ୍ଲେସ୍ କଲେ କରନ ଜୋହର ।ବଗବସ୍ ୱିକେଣ୍ଡ କା ବାର୍ ରେ ନଜର ଆସିଲେନି ସଲମାନ । ଗତକାଲି ଦେଶର ସବୁଠୁ ବଡ ରିଆଲିଟି ଶୋ ବିଗବସ୍ ୧୬ରେ ହୋଷ୍ଟ ଭୂମିକାରେ ନଜର ଆସିଛନ୍ତି କରନ  । ରିଆଲିଟି ଶୋ ବିଗବସରେ ପ୍ରତିଥର ପରି ଏଥର ମଧ୍ୟ ହୋଷ୍ଟ ଭୂମିକାରେ ନଜର ଆସିଥିଲେ ସଲମାନ । ହେଲେ ହଠ୍ାତ ସଲମାନ ଖାନଙ୍କ ଦେହ ଅସୁସ୍ଥ ହୋଇ ପଡିଥିଲେ । ତାଙ୍କୁ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହୋଇଥିଲା ।ସେଥିପାଇଁ ଚଳିତ ସପ୍ତାହରେ ଶୁକ୍ରବାର ଦିନ ହେବାକୁ ଥିବା ୱିକେଣ୍ଡ କା ବାର୍ କୁ ସ୍ଥଗିତ ରଖାଯାଇଥିଲା ।

ପରବର୍ତ୍ତି ସମୟରେ ସଲମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମେଡିକାଲ ରିପୋର୍ଟ ଅନୁସାରେ ସଲମାନ ଡେଙ୍ଗୁ ଜ୍ୱରରେ ପୀଡିତ ହୋଇଥିବା ଜଣାପଡିଛି । ଯେଉଁଥି ପାଇଁ ଗତକାଲିର ୱିକେଣ୍ଡ କା ବାର୍ ସଲମାନଙ୍କ ବଦଳରେ କରନ ଜୋହର ବିଗବସ୍ ହୋଷ୍ଟ ଭୂମିକାରେ ନଜର ଆସିଛନ୍ତି । ତେବେ ସଲମାନ ଖାନ୍ ସମ୍ପୁର୍ଣ୍ଣ ଭାବରେ ସୁସ୍ଥ ହୋଇ ଫେରିବା ପର୍ଯ୍ୟନ୍ତ କରନ ପ୍ରତି ସପ୍ତାହାର ଶନିବାର ଏବଂ ରବିବାର ବିଗବସ୍ ଶୋରେ ହୋଷ୍ଟ ଭାବରେ ନଜର ଆସିବେ । ହେଲେ ସଲମାନ ଯେପରି ଡଙ୍ଗରେ ଏହି ଶୋ ହୋଷ୍ଟ କରିଥାନ୍ତି । ତାହା ଦର୍ଶକଙ୍କୁ ଏହି ଶୋ ସହ ଅଧିକ ମାତ୍ରାରେ ବାନ୍ଧି ରଖିଥାଏ । ତେବେ ବିଗବସର ସମସ୍ତ ଦର୍ଶକ ସଲମାନ ଶୀଘ୍ର ସୁସ୍ଥ ହୋଇ ପୁଣି ଥରେ ବିଗବସ୍ର ସୁଟିଙ୍ଗ ସେଟ୍ ଫେରି ଆସନ୍ତୁ ବୋଲି ଅତ୍ୟନ୍ତ ଉକ୍ରଣ୍ଠାର ସହ ଅପେକ୍ଷା କରିଛନ୍ତି । ସୂଚନାମୁତାବକ, ସଲମାନଙ୍କ ଅପକମିଙ୍ଗ ଫିଲ୍ମ ‘କିସି କା ଭାଇ କିସି କି ଜାନ’ର ସୁଟିଙ୍ଗକୁ ମଧ୍ୟ ସ୍ଥଗିତ ରଖାଯାଇଛି ।