ମୁମ୍ବାଇ: ଆଦିତ୍ୟ କାପୁରଙ୍କୁ ବିବାହ କରିବେ ଅନନ୍ୟା । ଦିପାବଳି ଅ।।ସିଲେ ବଲିଓଡରେ ଆରମ୍ଭ ହୁଏ ସେଲିବ୍ରେସନ । ଚଳିତଥର ମଧ୍ୟ ଦୀପାବଳି ସେଲିବ୍ରେସନ ଆରମ୍ଭ ହୋଇସାରିଛି । ତେବେ ଏହି ବର୍ଷର ସେଲିବ୍ରେସନ ବଲିଉଡ ଷ୍ଟାର ଆୟୁଷମାନ ଖୁରାନଙ୍କ ଘରୁ ଆରମ୍ଭ ହୋଇଛି । ଏହା ପରେ କ୍ରିତି ସେନନ ଏବଂ ରମେଶଙ୍କ ଘରେ ପାର୍ଟି ହୋଇ ସାରିଥିବା ବେଳେ ମନିଷ ମଲହୋତ୍ରାଙ୍କ ଘରେ ଦିୱାଲି ପାଟିର ଆୟୋଜନ ହୋଇଥିଲା । ଏହି ପାର୍ଟିକୁ ବହୁ ସେଲିବ୍ରେଟି ମଧ୍ୟ ଆସିଥିଲେ ।
ଖବରମୁତାବକ,ଏହା ସହ ଉଭୟ ଆଦିତ୍ୟ ଏବଂ ଅନନ୍ୟା ମଧ୍ୟ ଆସିଥିଲେ । ତେବେ କଫି ଉଇଥ କରନ ସୋରେ ଆରମ୍ଭ ହୋଇଲା ଆଦିତ୍ୟ ଏବଂ ଅନନ୍ୟା ଆଫେୟାର ଚର୍ଚ୍ଚା । ତେବେ ଏହି ଖବର କେବଳ ଶୁଣିବାକୁ ମିଳିଥିଲ । । ହେଲେ ମନିଷ ମଲହୋତ୍ରାଙ୍କ ଦିୱାଲି ପାର୍ଟିରେ ଏହା ପ୍ରମାଣ ହୋଇଯାଇଛି । ଆଦିତ୍ୟ କାପୁରଙ୍କ ସହ ଅନନ୍ୟ ପାଣ୍ଡେ ଏହି ପାର୍ଟିକୁ ସାଥି ହୋଇ ଗୋଟିଏ ଗାଡିରେ ଆସିଥିଲେ । ଅନନ୍ୟା ପାଣ୍ଡେ ଆଦିତ୍ୟଙ୍କ ହାତ ଧରି ଗାଡିରୁ ଓହ୍ଲାଇଥିଲେ ଏବଂ ଫଟୋ ପାଇଁ ପୋଜ୍ ମଧ୍ୟ ଦେଇଥିଲେ । ତେବେ ଅନନ୍ୟା ଆଦିତ୍ୟଙ୍କୁ ଡେଟ କରୁଥିବାର ଚର୍ଚ୍ଚା ଜୋରସୋରରେ ହୋଇଥିବା ବେଳେ ସେମାନେ ଏକାସଙ୍ଗେ ଫଟୋ ଉଠାଇ ଖବରକୁ ସତ ପ୍ରମାଣିତ କରିଛନ୍ତି ।