ଇନ୍ଦିରା ଗାନ୍ଧିଙ୍କ ପରେ ବିନୋଦିନଙ୍କ ଭୂମିକାରେ ନଜର ଆସିବେ କଙ୍ଗନା

ମୁମ୍ବାଇ: ପୁଣି ନଜର ଆସିବେ କଙ୍ଗନା । ଆଉ ମାତ୍ର କିଛି ଦିନ ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ନଜର ଆସିବା ସହ ଆଉ ଏକ ଫିଲ୍ମରେ ବାୟୋପିକ କିମ୍ବଦନ୍ତୀ ଥିଏଟର କଳାକାର ନୋଟି ବିନୋଦିନିଙ୍କ ଭୂମିକାରେ ନଜର ଆସିବେ କଙ୍ଗନା । ଏହି ଫିଲ୍ମର ନିର୍ମାତା ହେଉଛନ୍ତି ପ୍ରଦିପ ସରକାର । ତେବେ ଏହି ଫିଲ୍ମଟି କରିବାକୁ କଙ୍ଗନାଙ୍କୁ ସୁଯୋଗ ମିଳିଥିବା ହେତୁ ସେ ବହୁତ ଖୁସି ଅଛନ୍ତି । ଏହା ସହ ପ୍ରଦୀପ ସରକାରଙ୍କ ବହୁତ ବଡ ପ୍ରଶଂସକ ହେଉଛି କଙ୍ଗନା । ଏଥିସହ ପ୍ରକାଶଙ୍କ ସହ କଙ୍ଗନାଙ୍କ ଏହା ପ୍ରଥମ ଫିଲ୍ମ ବୋଲି କଙ୍ଗାନଙ୍କ ଟିମ୍ ପ୍ରକାଶ କରିଛନ୍ତି ।ଏହି ଚଳଚ୍ଚିତ୍ରଟି ପ୍ରକାଶ କପାଡିଆ ଲେଖିଛନ୍ତି । ସୂଚନାମୁତାବକ, ଇମରଜେନ୍ସିର ସୁଟିଙ୍ଗି ସରିବା ପରେ ପ୍ରାୟତଃ ଏହି ଫିଲ୍ମଟିର ସୁଟିଙ୍ଗ କଙ୍ଗନା ୨୦୨୩ ରେ ଆରମ୍ଭ କରିବେ । ବିନୋଦିନି କିଏ?

୧୮୬୨ ମସିହାରେ ଜନ୍ମ ଗ୍ରହଣ କରିଥିଲେ ବିନୋଦିନ । ମାତ୍ର ୧୨ ବର୍ଷ ବୟସରେ ଗିରିଶ ଚନ୍ଦ୍ର ଘୋଷଙ୍କ ତତ୍ୱାବଧାନରେ କ୍ୟାରିଅରର ଆରମ୍ଭ କରିଥିଲେ ବିନୋଦିନ । ଏତେ କମ୍ ବୟସରୁ କ୍ୟାରିଅର ଆରମ୍ଭ କରିଥିବା ବିନୋଦିନ ୟୁରୋପୀୟ ଥିଏଟରରେ ବହୁ ଲୋକ ପ୍ରିୟତା ହାସଲ କରଥିଲେ । ଖୁସିରେ ୟୁରୋପୀୟ ଥିଏଟର ପ୍ରେମୀମାନେ ତାଙ୍କୁ “ଦ ଫ୍ଲାୱାର ଅଫ୍ ନେଟିଭ ପ୍ଲେସ” ବୋଲି କହୁଥିଲେ ।
ସୂଚନାମୁତାବକ, ସେ ତାଙ୍କ କ୍ୟାରିୟରେ ୮୦ ରୁ ଅଧିକ ଭୂମିକାରେ ନଜର ଆସଥିଲେ । ଯେଉଁଥିରେ ପ୍ରମିଲା, ସୀତା, ଦ୍ରୋପତି, ରାଧା, ଆୟେଶା, କଇକେଇ, ଏବଂ କାପାଲକୁଣ୍ଡଲ ଅନ୍ତଭୁକ୍ତ । ସେ ଥିଏଟରରେ ପ୍ରଥମ ଦକ୍ଷିଣ ଅଭିନେତ୍ରୀ ଥିଲେ ଯିଏ ନିଜର ଆତ୍ମଜୀବନୀ ଲେଖିଥିଲେ ।ବର୍ତମାନ ଗୋଟିଏ ପରେ ଗୋଟିଏ ବଡ ଫିଲ୍ମ କଙ୍ଗନା ହାତରେ । ତେବେ ବଲିଓଡରେ ଅନ୍ୟ ତାରକାଙ୍କ ଅପେକ୍ଷା କଙ୍ଗନାଙ୍କ କ୍ରେଜ ଏବେ ବଢିବାରେ ଲାଗିଛି ।