ସାଂସଦ ଆଦର୍ଶ ଗ୍ରାମ ଯୋଜନାରେ ଓଡିଶା ଫେଲ୍ । ପ୍ରତ୍ୟେକ ଗ୍ରାମକୁ ଆଦର୍ଶ କରିବା ପାଇଁ ସାଂସଦଙ୍କୁ ଦିଆଯାଇଥିଲା ଦାୟିତ୍ୱ । ଗାଁ ଗାଁ ରେ ପହଚିଂବ ବିକାଶଶୀଳ କାର୍ଯ୍ୟକ୍ରମ । ସ୍ୱାବଲମ୍ବୀ ହେବେ ପ୍ରତ୍ୟେକ ନାଗରିକ । ବୃଦ୍ଧି ପାଇବ ପ୍ରତ୍ୟେକ ବ୍ୟକ୍ତିର ଅନ୍ତର୍ନିିହିତ ଦକ୍ଷତା । ଏଭଳି କିଛି ସାର୍ବଜନୀନ ଲକ୍ଷ୍ୟ ପୂରଣ ପାଇଁ ଗ୍ରାମୀଣ ବିକାଶ ମନ୍ତ୍ରାଳୟକୁ ଦାୟିତ୍ୱ ଦେଇଥିଲେ କେନ୍ଦ୍ର ସରକାର । କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ଏହାକୁ ଏସ୍.ଏ.ଜି.ୱାଇ ଯୋଜନାରେ ଅର୍ନ୍ତଭୁକ୍ତ କରି ସାଂସଦମାନଙ୍କୁ ଲକ୍ଷ୍ୟ ପୂରଣ ପାଇଁ ନିର୍ଦ୍ଧେଶ ଦିଆଯାଇଥିଲା । ଯାହାକୁ ନେଇ ଆଜି ଏକ ଉଦ୍ବେଗଜନକ ରିପୋର୍ଟ ପ୍ରକାଶ ପାଇଛି । ଯେଉଁଥିରେ ସଂପୂର୍ଣ୍ଣ ରୂପେ ନୈ÷ରାଶ୍ୟଜନକ ପ୍ରଦର୍ଶନ କରିଛି ଓଡିଶା । କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରାଳୟ ପକ୍ଷରୁ ଏହି ରିପୋର୍ଟ ପ୍ରକାଶ ପାଇଛି । ୨୦୧୪ ଅକ୍ଟୋବର ୧୧ ରୁ ଆରମ୍ଭ ହୋଇଥିଲା ଏହି ସାଂସଦ ଗ୍ରାମ ଯୋଜନା । ଗ୍ରାମୀଣ ବିକାଶ ମନ୍ତ୍ରାଳୟ ଏହାକୁ ଏସ୍.ଏ.ଜି.ୱାଇ ମାଧ୍ୟମରେ ତଦାରଖ କରୁଥିଲା । ଯୋଜନାର ଅଷ୍ଟମ ପର୍ଯ୍ୟାୟରେ ୨୦୨୨ ସେପ୍ଟେମ୍ବର ୨୫ ସୁଦ୍ଧା ଓଡିଶା ସାଂସଦମାନେ ମାତ୍ର ୮୪ ଟି ଗାଁକୁ ଏହି ଯୋଜନାରେ ସାମିଲ କରିଛନ୍ତି । ଏଥିପାଇଁ ୧୭୮୧ ଟି ପ୍ରକଳ୍ପ ତାଲିକା ପ୍ରସ୍ତୁତ ହୋଇଛି । ମାତ୍ର ୭୭୦ଟି ପ୍ରକଳ୍ପ ପୂରଣ ହୋଇଥିବା ବେଳେ ୭୮୨ ଟି ପ୍ରକଳ୍ପ କାର୍ଯ୍ୟ ଜାରି ରହିଛି । ଏହି ଯୋଜନାରେ ଉତ୍ତରପ୍ରଦେଶ, କର୍ଣ୍ଣାଟକ,ତାଲିମନାଡୁ ଝାଡଖଣ୍ଡ,ମହାରଷ୍ଟ୍ର,ଗୁଜୁରାଟ,ରାଜସ୍ଥାନ,କେରଳ,ବିହାର, ଆନ୍ଦ୍ରପ୍ରଦେଶ ଓ ମଧ୍ୟପ୍ରଦେଶର ପ୍ରଦର୍ଶନ ଓଡିଶା ଅପେକ୍ଷା ଯଥେଷ୍ଟ ଭଲ ରହିଛି । ସୂଚନା ଅନୁଯାୟୀ ଦେଶରେ ମୋଟ ୨୯୫୮ ଗାଁ କୁ ଏହି ଯୋଜନାରେ ସାମିଲ କରାଯାଇଛି । ଏଥିନିମନ୍ତେ ୨ ଲକ୍ଷ ୪୧ ହଜାର ୮୯୮ ପ୍ରକଳ୍ପ ପ୍ରସ୍ତୁତ କରାଯାଇଛି । ଏଥିମଧ୍ୟରୁ ୧ ଲକ୍ଷ ୧୨ ହଜାର ଟଙ୍କା ବ୍ୟୟ କରାଯାଇଛି । ଉତ୍ତରପ୍ରଦେଶରେ ସର୍ବାଧିକ ୪୬୦ ଟି ଗାଁ ଚିହ୍ନଟ ହୋଇଥିବା ବେଳେ ୪୨୬ ଟି ଗାଁରେ ବାକାଶ କାର୍ଯ୍ୟ ଜାରି ରହିଛି । କର୍ଣ୍ଣାଟକରେ ସର୍ବାଧିକ ୧୩ ହଜାର ୯୮୬ ପ୍ରକଳ୍ପ ପ୍ରସ୍ତୁତ ହୋଇଥିବା ବେଳେ ୯ ହଜାର ୩୪୭ ଟି ଶେଷ ହୋଇଛି । ଯୋଜନାର ଲକ୍ଷ୍ୟ ଥିଲା ୨୦୨୪ ସୁଦ୍ଧା ପ୍ରତ୍ୟେକ ସାଂସଦ ୮ଟି ଲେଖାଏଁ ଗାଁ କୁ ଆଦର୍ଶ ଗ୍ରାମରେ ସାମିଲ କରାଇବେ । ଓଡିଶାରୁ ଲୋକସଭାରେ ୨୧ ସାଂସଦ ଓ ରାଜ୍ୟସଭାରେ ୧୦ ସାଂସଦ ପ୍ରତିନିଧିତ୍ୱ କରୁଛନ୍ତି । ପ୍ରଥମ ପର୍ଯ୍ୟାୟରେ ୧୯ ଲୋକସଭା ସାସଂଦ ଓ ୯ ରାଜ୍ୟସଭା ସାଂସଦ ମାତ୍ର ଗୋଟିଏ ଗ୍ରାମକୁ ଏଥିରେ ଗ୍ରହଣ କରିଥିଲେ । ସେହିଭଳି ଦ୍ୱିତୀୟ ପର୍ଯ୍ୟାୟରେ ୧୩, ତୃତୀୟ ପର୍ଯ୍ୟାୟରେ ୭, ଚତୁର୍ଥ ପର୍ଯ୍ୟାୟରେ ୧୮, ପଚଂମ ପର୍ଯ୍ୟାୟରେ ୭, ଷଷ୍ଠ ପର୍ଯ୍ୟାୟରେ ୬, ସପ୍ତମ ପର୍ଯ୍ୟାୟରେ ୪ ଓ ଅଷ୍ଟମ ପର୍ଯ୍ୟାୟରେ ମାତ୍ର ଗୋଟିଏ ଗାଁ କୁ ସାଂସଦମାନେ ହାତକୁ ନେଇଛନ୍ତି । ତେବେ ଏହି ଯୋଜନା ମାଧ୍ୟମରେ ଗ୍ରାମଗୁଡିକରେ ଶିକ୍ଷା,ସ୍ୁାସ୍ଥ୍ୟ,ପୃଷ୍ଟିସାଧନ,ଜୀବିକା ର୍ନିବାହ,ଦକ୍ଷତା ବିକାଶ, ଆର୍ଥିକ ବିକାଶ ଓ ପରିବେଶ ଉନ୍ନତି ଉପରେ ଗୁରୁତ୍ୁ ଆରୋପ କରାଯାଉଛି ।