ନିଖୋଜ ମହିଳାଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଜବତ

ଉଦଳା(ଦୀପକ ମିଶ୍ର ):ଏକ ସପ୍ତାହ ହେବ ନିଖୋଜ ଥିଲେ ହେଲେ ଏକ ସପ୍ତାହ ପରେ ମିଳିଲା ମୃତଦେହ| ଆଉ ମିଳିଥିବା ମୃତଦେହ ଦେଖି ଉଠିଛି ଅନେକ ପ୍ରଶ୍ନ|କାରଣ ମହିଳାଙ୍କ ଶରୀର ପୁରା ଖଣ୍ଡ ବିଖଣ୍ଡିତ ଅବସ୍ଥାରେ ଉଦ୍ଧାର ହୋଇଛି.|ଏଭଳି ଘଟଣା ଘଟିଛି ଶରତ ଥାନା ଗୁଣ୍ଡରୀସାହି ଗ୍ରାମରେ|ଗ୍ରାମ ନିକଟସ୍ଥ ସଦୁରସାହି ଦୋ ମୁହାଣୀ ନାଳ ନିକଟରୁ ଉଦ୍ଧାର ହୋଇଛି ଗୁଣ୍ଡରୀସାହି ଗ୍ରାମର ମୋଖି ସିଂଙ୍କ ମୃତଦେହ ଗତ ୧୬ ତାରିଖ ଠାରୁ ମୋଖି ସିଂ ନିଖୋଜ ଥିବା ବେଳେ ଏ ନେଇ ତାଙ୍କ ପୁଅ ଶରତ ଥାନାରେ ଲିଖିତ ଅଭିଯୋଗ କରିଥିଲେ| ଆଜି ସ୍ଥାନୀୟ ଦୋ ମୁହାଣୀ ନାଳ ନିକଟରେ ଏକ ଖଣ୍ଡ ବିଖଣ୍ଡିତ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ| ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ମୋଖି ସିଂ ଙ୍କର ବୋଲି ଜାଣିବାକୁ ପାଇଥିଲା ପରେ ପୋଲିସ ଖଣ୍ଡ ବିଖଣ୍ଡିତ ମୃତଦେହକୁ ଜବତ କରି ବ୍ୟବଛେଦ ନିମନ୍ତେ ପଠାଇଛି | ତେବେ ସବୁଠାରୁ ବଡ଼ କଥା ମୃତଦେହର କେବଳ ଦୁଇ ହାତ, ଗୋଡ଼ ଏବଂ ମୁଣ୍ଡ ମିଳିଥିବା ବେଳେ ଶରୀରର ଅନ୍ୟ ଅଂଶ ମିଳିନାହିଁ| ଯେଉଁ ଥିରୁ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି| ତେବେ ମୃତ ଶରୀରର ଅନ୍ୟ ଅଂଶ ଗଲା କୁଆଡେ, ମୋଖିଙ୍କ ମୃତଦେହ ନାଳ ନିକଟକୁ ଆସିଲା କିପରି, ତାଙ୍କୁ କେହି ବିଭତ୍ସ ଭାବେ ହତ୍ୟା କରି ଫୋପାଡ଼ି ଦେଇ ନାହିଁ ତ କିମ୍ବା ନଦୀ ବଢ଼ି ପାଣିରେ ସେ ବୁଡିବା ଫଳରେ ତାଙ୍କର ମୃତ୍ୟୁ ହୋଇଛି ତାହା ଏବେ ବି ସନ୍ଦେହ ଘେରରେ| ତେବ ତଦନ୍ତ ଓ ପୋଷ୍ଟମର୍ଟମ ରିପୋର୍ଟ ପରେ ଘଟଣାର ସତ୍ୟାସତ୍ୟ ସ୍ପଷ୍ଟ ହେବ ବୋଲି ଉପଖଣ୍ଡ ପୋଲିସ ଅଧିକାରୀ ସାର୍ଥକ ରାୟ ପ୍ରକାଶ କରିଛନ୍ତି  |