ମୁମ୍ବାଇ:ବଲିଉଡର ଖିଲାଡି ଅକ୍ଷୟ କୁମାରଙ୍କ ଫିଲ୍ମ ‘କ୍ୟାପସୁଲ ଗିଲ୍’ର ଫାଷ୍ଟ ଲୁକ୍ ସାମ୍ନାକୁ ଆସିଛି।ଏହି ଫିଲ୍ମରେ ଅକ୍ଷୟ ସରଦାର ହୋଇଛନ୍ତି ।ଏହି ଫିଲ୍ମଟି ଖଣି ଇଞ୍ଜିନିୟର ଜସୱନ୍ତ ସିଂ ଗିଲଙ୍କ କାହାଣୀ ଉପରେ ଆଧାରିତ ଯିଏ ୧୯୮୯ ରେ ରାନିଗଞ୍ଜ କୋଇଲା ଖଣିରେ ଫସି ରହିଥିବା ୬୪ ଖଣି ମାଲିକଙ୍କୁ ଉଦ୍ଧାର କରିଥିଲେ। ଏହି ଫିଲ୍ମରେ ଅକ୍ଷୟ ଖଣି ଇଞ୍ଜିନିୟର ଜସୱନ୍ତ ଗିଲ ଭୂମିକାରେ ଅଭିନୟ କରିବେ। ଅକ୍ଷୟ କୁମାରଙ୍କ ବିପକ୍ଷରେ ପରିଣୀତି ଚୋପ୍ରା ନଜର ଆସିବେ। ଯିଏ ଜସୱନ୍ତ ଗିଲଙ୍କ ପତ୍ନୀ ଭୂମିକାରେ ଦେଖିବାକୁ ମିଳିବ ଯାହାର ଭୂମିକା ଛୋଟ କିନ୍ତୁ ବହୁତ ଧମାକାଦାର ହେବ।ଏହି ଫିଲ୍ମର ନାମ ଏପର୍ୟ୍ୟନ୍ତ ଘୋଷଣା ହୋଇନାହିଁ। ତଥାପି ସୋସିଆଲ ମିଡିଆରେ ଏହାର ନାମ ‘କ୍ୟାପସୁଲ ଗିଲ୍ ରଖାଯାଇଛି। ଏହାର ପ୍ରଥମ ଲୁକରେ ସରଦାର ହୋଇଥିବା ଅକ୍ଷୟ କୁମାର ପର୍ପଲ କଲରର ପଗଡି ବାନ୍ଧିଛନ୍ତି। ଆଖିରେ ଚଷମା ଆଇ ସାର୍ଟ ପିନ୍ଧି କ୍ଷେତରେ ଛିଡା ହୋଇଛନ୍ତି। ଅକ୍ଷୟ ତାଙ୍କର ଆଗାମୀ ପ୍ରୋଜେକ୍ଟ ପାଇଁ ଖୁବ୍ ପରିଶ୍ରମ କରୁଛନ୍ତି। ବର୍ତ୍ତମାନ ଅକ୍ଷୟ ତାଙ୍କର ଆଗାମୀ ଫିଲ୍ମ ‘କ୍ୟାପସୁଲ ଗିଲ’ର ସୁଟିଂରେ ବ୍ୟସ୍ତ ଅଛନ୍ତି।