ମୁମ୍ବାଇ:ନେସନାଲ କ୍ରସ୍ ରଶ୍ମିକା ମନ୍ଦାନାଙ୍କ ବଲିଉଡ ଡେବ୍ୟୁ ଉପରେ ଏବେ ସମସ୍ତିଙ୍କ ନଜର ।ଅଲ୍ଲୁ ଅର୍ଜୁନ୍ ଓ ରଶ୍ମିକାଙ୍କ ‘ପୁଷ୍ପା ଦରାଇଜ’ ହିଟ୍ ହେବାପରେ ଏହି ଦକ୍ଷିଣୀ ସୁନ୍ଦରୀଙ୍କ ଲୋକପ୍ରିୟତା ବଲିଉଡରେ ମଧ୍ୟ ବୃଦ୍ଧି ପାଇଛି ।ଇତିମଧ୍ୟରେ ନିର୍ଦ୍ଦେଶକ ଶଶାଙ୍କ ଖୈତାନ ତାଙ୍କ ଆଗାମୀ ଫିଲ୍ମରେ ରଶ୍ମିକାଙ୍କୁ ସାଇନ୍ କରିଥିବା ଜଣାପଡିଛି ।ଏଥିରେ ତାଙ୍କ ବିପକ୍ଷରେ ଅଭିନୟ କରିବେ ବଲିଉଡର ଆକ୍ସନ ହିରୋ ଟାଇଗର ସ୍ରଫ୍ ।ଏହାଏକ ଆକ୍ସନ ଡ୍ରାମା ହେବ ଓ ଏହାର ସୁଟିଂ ବିଦେଶରେ କରାଯିବ ।ଶଶାଙ୍କ ତାଙ୍କର ଏହି ଚଳଚ୍ଚିତ୍ର ପାଇଁ ଏକ ନୂଆ ଯୋଡି ଚାହୁଁଥିଲେ ।ତେଣୁ ସେ ଟାଇଗର ଓ ରଶ୍ମିକାଙ୍କୁ ବାଛିଛନ୍ତି ।ଏହାର ସୁଟିଂ ଆସନ୍ତା ସେପ୍ଟେମ୍ବର ମାସରୁ ଆରମ୍ଭ ହେବ ।ବହୁତ ଜଲଦି ଟାଇଗର ଏବଂ ରଶ୍ମିକାଙ୍କୁ କାଷ୍ଟିଂକୁ ନେଇ ଫିଲ୍ମର ନିର୍ମାତା ମାନେ ବିଧିବଦ୍ଧ ଭାବେ ଘୋଷଣା କରିବେ । କରନ ଜୋହର ଏହାର ପ୍ରଯୋଜନା ଦାୟିତ୍ୱରେ ରହିବେ । ଟାଇଗରଙ୍କ କାମକଥା କହିବାକୁ ଗଲେ ସେ ଖୁବ୍ ଶିଘ୍ର ଅକ୍ଷୟକୁମାରଙ୍କ ସହ ଛୋଟେମିଆଁ ବଡେମିଅାଁରେ ନଜର ଆସିବେ ।ଏହି ଫିଲ୍ମରେ ପ୍ରଥମ ଥର ଏକାଠି ନଜର ଆସିବେ ଅକ୍ଷୟ ଓ ଟାଇଗର ।ଏହା ବ୍ୟତିତ ଟାଇଗର ଗଣପତ ସୁଟିଂରେ ବ୍ୟସ୍ତ ଅଛନ୍ତି ।