(ଆନ୍ଧ୍ର ପ୍ରଦେଶ) : ସୋମବାର ଆନ୍ଧ୍ର ପ୍ରଦେଶର ଅମରାବତୀ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି । ମିଶନ ଦକ୍ଷିଣ ଭାରତରେ ଲାଗି ପଡ଼ିଛନ୍ତି ପିଏମ୍ ମୋଦୀ । ଏହି ଅବସରରେ ପିଏମ୍ ମୋଦୀ ମହାନ ସ୍ବାଧିନତା ସଂଗ୍ରାମୀ ଅଲ୍ଲୁରୀ ସୀତାରାମ ରାଜୁଙ୍କ କାସ୍ୟଂରେ ନିର୍ମାଣ ହୋଇଥିବା ୩୦ଫୁଟ ଉଚ୍ଚର ପ୍ରତିମୂର୍ତ୍ତିର ଉନ୍ମୋଚନ କରିବେ।
ଏହାସହ ଏକ ବର୍ଷ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏକ ସମାରୋହର ଉଦଘାଟନ କରିବେ। ତେବେ ମୋଦିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।
ସୂଚନାନୁଯାୟୀ , ଅଲ୍ଲୁରୀ ସୀତାରାମଙ୍କୁ ଜଙ୍ଗଲର ରାଜା ବୋଲି କୁହାଯାଏ । ଜନଜାତୀୟ ସମୁଦାୟ ଲାଗି ଇଂରେଜଙ୍କ ବିରୁଦ୍ଧରେ ସେ ଲଢେଇ କରିଥିଲେ। ୧୯୨୨ରେ ଇଂରେଜଙ୍କ ବିରୁଦ୍ଧରେ ହୋଇଥିବା ରମ୍ପା ବିଦ୍ରୋହର ସେ ନେତୃତ୍ବ ନେଇଥିଲେ । ୧୮୯୭ ଜୁଲାଇ ୪ତାରିଖରେ ବିଜୟନରମର ପଡ଼ରଙ୍ଗୀରେ ତାଙ୍କର ଜନ୍ମ ହୋଇଥିଲା । ଜନଜାତୀୟ ସମୁଦାୟ ଲାଗି ଅଲ୍ଲୁରୀଙ୍କ ମାନ୍ୟତା କୌଣସି ଭଗବାନଙ୍କଠାରୁ କମ ନୁହେଁ । ସୂଚନା ଅନୁଯାୟୀ ଗୋଟିଏ ବର୍ଷ ଧରି ଚାଲିବାକୁ ଥିବା ଏହି ମହୋତ୍ସବ ମାଧ୍ୟମରେ ଦକ୍ଷିଣରେ ବିଜେପି ତା’ର ସଂଗଠନକୁ ମଜବୁତ କରିବାରେ ଲାଗି ପଡ଼ିଛି ।