(ମୁମ୍ବାଇ) : ଅଭିନେତା ଆର ମାଧବନଙ୍କ ଫିଲ୍ମ ‘ରକେଟ୍ରି : ଦ ନାମ୍ବି ଇଫେକ୍ଟ’ ଫିଲ୍ମ ହଲରେ ରିଲିଜ ହୋଇସାରିଛି । ରିଲିଜ ପରେ ପ୍ରଥମ ଦିନର କଲେକ୍ସନ ଧିମା ରହିଥିଲା । ମାତ୍ର ଦ୍ବିତୀୟ ଦିନରେ ଏହା ଧମାଲ ମଚାଇଛି । ଏହି ଫିଲ୍ମରେ ସୁପରଷ୍ଟାର ଶାହରୁଖ ଖାନ କେମିୟୋ ରୋଲ୍ କରିଛନ୍ତି ଏବଂ ଏହାକୁ ୫ ଟି ଭାଷାରେ ରିଲିଜ୍ କରାଯାଇଛି। ଫିଲ୍ମର କାହାଣୀ ଭାରତୀୟ ମହାକାଶ ଗବେଷଣା ସଂଗଠନର ପୂର୍ବତନ ରକେଟ୍ ବୈଜ୍ଞାନିକ ନମ୍ବି ନାରାୟଣନଙ୍କ ଜୀବନ ଉପରେ ଆଧାରିତ।
ପ୍ରଥମ ଦିନ ଏହି ଫିଲ୍ମ ପ୍ରାୟ ୫୮ଲକ୍ଷ ଟଙ୍କାର ଆୟ କରିଥିଲା । ସେହିଭଳି ଦ୍ବିତୀୟ ଦିନରେ ୯୩ଲକ୍ଷ ଟଙ୍କାର ଆୟ କରିଥିଲା । ଯାହା କି ଫିଲ୍ମର ପ୍ରଥମ ଦିନର ଆୟ ଅପେକ୍ଷା ୬୦ପ୍ରତିଶତ ଅଧିକ । ଏହାସହ ’ରକେଟ୍ରି : ଦ ନାମ୍ବି ଇଫେକ୍ଟ’ ଏବେ ପର୍ଯ୍ୟନ୍ତ ବକ୍ସ ଅଫିସରେ ୧.୫୧କୋଟି ଟଙ୍କା ଆୟ କରିଛି । ପ୍ରକାଶ ଯେ ଏହି ଫିଲ୍ମରେ ଆର ମାଧବନ ଇସ୍ରୋର ଭାରତୀୟ ବୈଜ୍ଞାନିକ ନମ୍ବୀ ନାରାୟଣଙ୍କ ଭୂମିକା ନିଭାଇଛନ୍ତି ।
ଅନ୍ୟପକ୍ଷେ, ଶାହାରୁଖ ଖାନ ଦୀର୍ଘ ସମୟ ପରେ ବଡ ପରଦାକୁ ଏକ କେମିୟୋ ରୋଲ ମାଧ୍ୟମରେ ଫେରିଛନ୍ତି। କିନ୍ତୁ ତାଙ୍କ ଫିଲ୍ମ ପୁଣି ଥରେ ଫ୍ଲପ୍ ହେଉଥିବା ପରି ମନେ ହେଉଛି। ଶାହାରୁଖ ଖାନ ପୂର୍ବରୁ ଜିରୋ ଫିଲ୍ମରେ ନଜର ଆସିଥିଲେ ଯାହା ବଡ ଫ୍ଲପ ବୋଲି ପ୍ରମାଣିତ ହୋଇଥିଲା।