ବିନା ପୋଷାକରେ ବରଫ ଭିତରେ ଯୋଗ କଲେ ବିଦ୍ୟୁତ୍‌ ଜାମଓ୍ଵାଲ

ମୁମ୍ବାଇ : ବଲିଉଡର ଦମଦାର ଆକ୍ଟର ଭାବେ ଜଣାଶୁଣା ବିଦ୍ୟୁତ ଜାମଓ୍ଵାଲ। ଫିଲ୍ମରେ ଭରପୂର ଧମାକେଦାର ଆକ୍ସନ ସିନ୍‌ କରନ୍ତି ବିଦ୍ୟୁତ। ବିଦ୍ୟୁତ ଏବେ ନିଜର ଅପକମିଂ ଫିଲ୍ମ ‘ଖୁଦା ହାପିଜ୍‌; ଚାପ୍ଟର ୨’ର ପ୍ରମୋସନ କରିବାରେ ବ୍ୟସ୍ତ ରହିଛନ୍ତି। ଏହା ମଧ୍ୟରେ ତାଙ୍କର ଏକ ଭିଡିଓ ଭାଇରଲ ହେବାରେ ଲାଗିଛି। ଏହି ଭିଡିଓରେ ବିଦ୍ୟୁତ ହିମାଳୟର ୬ ଫୁଟ ଗଭୀର ବରଫ ଭିତରେ ନିଜକୁ ଢାଙ୍କିଥିବା ନଜର ଆସିଛନ୍ତି।

ସାର୍ଟଲେସ ହୋଇ ନିଜେ ବରଫ ଭିତରେ ବସିଛନ୍ତି। ଆଉ ଏହି ସମୟରେ କଲାରିପୟାଟୁ ଅଭ୍ୟାସ କରୁଥିବା ନଜର ଆସିଛନ୍ତି।ଏହି ଭିଡିଓକୁ ସେୟାର କରି ବିଦ୍ୟୁତ କ୍ୟାପସନ ଲେଖିଛନ୍ତି, ‘ କଲାରିପୟାଟୁ କହିଥାଏ, ଆପଣଙ୍କ ଭିତରେ ଯୋଗ୍ୟ ଉଦୟ ଅପେକ୍ଷାରେ ରହିଛି। ବିଦ୍ୟୁତ ଜାମଓ୍ଵାଲ ଏବେ ‘ଖୁଦା ହାପିଜ ୨’ର ପ୍ରମୋସନରେ ବ୍ୟସ୍ତ ରହିଛନ୍ତି। ଏହି ଫିଲ୍ମରେ ଶିବଲେଖା ଓବରୟ ମୁଖ୍ୟ ଭୂମିକାରେ ନଜର ଆସିବେ। ତାଙ୍କର ଏ ଭଳି ପୋଷ୍ଟ ଦେଖି ଲୋକେ ପଚାରୁଛନ୍ତି ‘କେମିତି ସହିଲେ ଏତେ ଥଣ୍ଡା’।