ସ୍ୱାମୀଙ୍କ ପାଇଁ ଇମୋନୋସାଲ ପୋଷ୍ଟ କଲେ ଗୌରୀ ଖାନ
ଫିଲ୍ମ ଇଣ୍ଡଷ୍ଟ୍ରିରେ ୩୦ବର୍ଷ ପୂରା କରିଛନ୍ତି ବଲିଉଡ଼ର ‘ବାଦଶାହ’ ଶାହାରୁଖ ଖାନ
(ମୁମ୍ବାଇ) : ଫିଲ୍ମ ଇଣ୍ଡଷ୍ଟ୍ରିରେ ୩୦ବର୍ଷ ପୂରା କରିଛନ୍ତି ବଲିଉଡ଼ର ‘ବାଦଶାହ’ ଶାହାରୁଖ ଖାନ। ଏହି ଅବସରରେ ତାଙ୍କର ଫ୍ୟାନ୍ସମାନେ ଉତ୍ସବ ମନାଇବାରେ ଲାଗିଛନ୍ତି । କିଙ୍ଗ୍ ଖାନ ବି ଲାଇଭ୍ ଆସି ତାଙ୍କର ଫ୍ୟାନ୍ସମାନଙ୍କୁ ବହୁତ କିଛି କହିଛନ୍ତି । ଏହିକ୍ରମରେ ତାଙ୍କ ସ୍ତ୍ରୀ ଗୌରୀ ଖାନ ମଧ୍ୟ ନିଜର ଇନଷ୍ଟାଗ୍ରାମରେ କିଙ୍ଗ୍ ଖାନଙ୍କ ନାଁରେ ଏକ ପୋଷ୍ଟ କରିଛନ୍ତି, ଯାହା ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।
ଶାହାରୁଖ ଖାନ ନିଜର ଏହି ୩୦ବର୍ଷର କ୍ୟାରିୟର ମଧ୍ୟରେ ବହୁ ହିଟ୍ ଫିଲ୍ମ ତାଙ୍କର ପ୍ରିୟ ଫ୍ୟାନ୍ସମାନଙ୍କୁ ଭେଟି ଦେଇଛନ୍ତି । କିନ୍ତୁ ଏହି ଯାତ୍ରା ତାଙ୍କ ଲାଗି ସହଜ ନ ଥିଲା । ଆରମ୍ଭ ଦିନରେ ବହୁ ସଂଘର୍ଷ କରିବାକୁ ପଡ଼ିଥିଲା । ଗୌରୀ ଖାନ ନିଜର ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଅଭିନେତାଙ୍କ ଅପକମିଂ ଫିଲ୍ମ ‘ପଠାନ’ର ନୂଆ ମୋଶନ ପୋଷ୍ଟର ସେୟାର କରିଛନ୍ତି । ଏହି ପୋଷ୍ଟର ସହ ସେ ଏକ ଇମୋଶନାଲ ପୋଷ୍ଟ ବି ସେୟାର କରିଛନ୍ତି ।
ସୂଚନାନୁଯାୟୀ , ପୋଷ୍ଟର ସହ ଗୌରୀ ଖାନ ସ୍ବାମୀ ଶାହାରୁଖଙ୍କ ଲାଗି କ୍ୟାପଶନରେ ଲେଖିଛନ୍ତି କି, ଆମ ଲାଗି ବୁଝିବା କଷ୍ଟ କର ସେ ବାପା, ସ୍ବାମୀ ସାଙ୍ଗ ହେବା ବ୍ୟତୀତ କ’ଣ କରୁଛନ୍ତି ଏବଂ ସେ ଲୋକଙ୍କ ଜୀବନକୁ କିଭଳି ପ୍ରଭାବିତ କରୁଛନ୍ତି । କେବଳ ଗୋଟିଏ ଜିନିଷ ଆମେ ବୁଝିଛୁ ଯେ ଏହା କି ସେ ବିଗତ ଦିନ ଅପେକ୍ଷା ଆଜି କା ଦିନରେ ବହୁତ ପରିଶ୍ରମ କରିବାକୁ ପ୍ରୟାସ କରୁଛନ୍ତି । ସୋସିଆଲ ମିଡ଼ିଆରେ ଗୌରୀ ଖାନଙ୍କ ଏହି ପୋଷ୍ଟ ବହୁ ଭାଇରାଲ ହେବାରେ ଲାଗିଛି ।