ସୋସିଆଲ ମିଡିଆରେ ଗୁଟଖାକୁ ନେଇ ପ୍ରତିକ୍ରିୟା ରଖିଲେ ବିଗ ବି
ଲଗାତାର ଗୁଟଖା ଓ ବଲିଉଡ ଅଭିନେତାଙ୍କୁ ନେଇ ଚର୍ଚା ଥମିବାର ନାଁ ଧରୁନି ।
(ମୁମ୍ବାଇ) : ଲଗାତାର ଗୁଟଖା ଓ ବଲିଉଡ ଅଭିନେତାଙ୍କୁ ନେଇ ଚର୍ଚା ଥମିବାର ନାଁ ଧରୁନି । ବିଜ୍ଞାପନ ଛାଡିବା ପରେ ମଧ୍ୟ ଅମିତାଭ ବଚ୍ଚନଙ୍କ ଉପରେ ଅନେକ ଲୋକ ସୋସିଆଲ ମିଡିଆରେ ବର୍ଷିଛନ୍ତି । ସମ୍ପୂର୍ଣ୍ଣାନନ୍ଦ ସଂସ୍କୃତ ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ରଙ୍କର ଏକ କମେଣ୍ଟରେ ବିଗ୍ ବି ଉଚିତ୍ ଜବାବ ଦେଇଛନ୍ତି।
ସମ୍ପୂର୍ଣ୍ଣାନନ୍ଦ ସଂସ୍କୃତ ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ର ସତୀଶ ଚନ୍ଦ୍ର ପାଣ୍ଡେ ଅମିତାଭଙ୍କ ଫେସବୁକ୍ ୱାଲରେ ଆଚାର୍ଯ୍ୟ କାଶ୍ୟପ ନାମରେ ଏକ କମେଣ୍ଟ ଲେଖିଛନ୍ତି। ବହୁତ ଗମ୍ଭୀର ଲେଖା! ଚମତ୍କାର! ଏତେ ଗମ୍ଭୀର ଚିନ୍ତା କିପରି କରି ପାରନ୍ତି, ସାର୍ !! ବିଝିଲ୍, ଗୁଟଖାର କମାଲ! ଏହା ପରେ ବିଗ୍ ବି ତାଙ୍କ କମେଣ୍ଟ ଉପରେ ନିଜର ପ୍ରତିକ୍ରିୟା ଦେଇଛନ୍ତି।

ବିଗ୍ ବି ଲେଖିଛନ୍ତି ଆଚାର୍ଯ୍ୟ ଜୀ – ଆପଣ ଜଣେ ମହାନ ବ୍ୟକ୍ତି, କଶ୍ୟପ ମଧ୍ୟ, ଆପଣଙ୍କ ମୁହଁରୁ କଟାକ୍ଷ ଶୋଭା ପାଉନି। ମୁଁ ବର୍ଷ ପୂର୍ବରୁ, ଯେବେ ମୁଁ ଗୁଟଖା ପ୍ରଚାର କରିଥିଲି, ସେବେଠାରୁ ତାଙ୍କର ସମସ୍ତ ଟଙ୍କା ଫେରସ୍ତ କରିଥିଲି ଏବଂ କଣ୍ଟ୍ରାକ୍ଟ ମଧ୍ୟ କ୍ୟାନସଲ୍ କରିଥିଲି। ତଥାପି ଯେତେବେଳେ ସେମାନଙ୍କର ପ୍ରଚାର ଜାରି ରହିଲା, ସେମାନଙ୍କୁ ବନ୍ଦ କରିବାକୁ କହିଲୁ, ସେମାନେ କହିଲେ ଟିଭିରେ ତାଙ୍କ କଣ୍ଟ୍ରାକ୍ଟ କାଟି ପାରିବେ ନାହିଁ, କିଛି ଦିନ ଚାଲିଲା, ବର୍ତ୍ତମାନ ସେ ବନ୍ଦ କରିଦେଇଛନ୍ତି। ଯାହାର ପ୍ରଚାର ହେଉଥିଲା ତାହା ଇଲାଇଚି ଗୁଟଖା ନୁହେଁ।
ସୂଚନାନୁଯାୟୀ , ଅମିତାଭଙ୍କ କମେଣ୍ଟ ପରେ ୫୦୦ ରୁ ଅଧିକ ଲୋକ ସପକ୍ଷରେ ଏବଂ ବିପକ୍ଷରେ କମେଣ୍ଟ କରିଛନ୍ତି। ଫେସବୁକରେ ବିଗ୍ ବି ବହୁତ ସକ୍ରିୟ। ତାଙ୍କର ଫେସବୁକ ପେଜରେ ୩୯ ମିଲିୟନ ଫଲୋୟର୍ସ ଅଛନ୍ତି। ବିଜ୍ଞାପନ ଛାଡିବା ପରେ ମଧ୍ୟ ଅମିତାଭ ବଚ୍ଚନଙ୍କ ଉପରେ ଅନେକ ଲୋକ ସୋସିଆଲ ମିଡିଆରେ ଭଲ ଏବଂ ଖରାପ ମଧ୍ୟ କହୁଛନ୍ତି ।