ଆଜି ଚିଲିକାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟନ ହେବ ‘ଗରୁଡ଼’

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଲାଗି ଆଜିଠୁ ଅର୍ଥାତ ଗୁରୁବାରଠୁ ଚିଲିକାରେ ଚାଲିବ ହାଉସ୍‌ବୋଟ୍‌

(ଚିଲିକା) : ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଲାଗି ଆଜିଠୁ ଅର୍ଥାତ ଗୁରୁବାରଠୁ ଚିଲିକାରେ ଚାଲିବ ହାଉସ୍‌ବୋଟ୍‌ । ରାଜ୍ୟରେ ପ୍ରଥମ ଥର ପାଇଁ ଏଭଳି ବୋଟ ହାଉସ ଚାଲିବ। ଆଜି ସକାଳ ସାଢ଼େ ୯ଟା ସମୟରେ ବଡ଼କୂଳ ପାନ୍ଥନିବାସଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।

ବୋଟ୍‌ ତଥା ଏହି ପ୍ରକଳ୍ପର ନାଁ ‘ଗରୁଡ଼’ ରଖାଯାଇଛି । ଡବଲ୍‌ ଇଞ୍ଜିନ୍‌ ବିଶିଷ୍ଟ ଏହି ବୋଟ୍‌ର ଲମ୍ବା ୧୦୫ଫୁଟ୍‌, ଓସାର ୨୨ଫୁଟ୍‌ । ଚିଲିକାର ଜଳବାୟୁ ଓ ପରିବେଶ ଅନୁଯାୟୀ ଏହାର ଡିଜାଇନ୍‌ କରାଯାଇଛି । ବୋଟ୍‌ର ତଳ ମହଲାରେ ବିଳାସପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ବାର୍‌ ସହିତ ଲାଉଞ୍ଜ ଅଛି । ଏଠାରେ ୩୦ଜଣ ଲୋକ ଏକାଠି ହୋଇପାରିବେ ।

ଏଥିରେ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର, ସ୍ଥାନୀୟ ଜନପ୍ରତିନିଧି, ବନ୍ଦର ଓ ଅର୍ନ୍ତଦ୍ଦେଶୀୟ ନିର୍ଦ୍ଦେଶାଳୟ, ଓଡ଼ିଶା ପର୍ଯ୍ୟଟନ ବିଭାଗ, ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ(ସିଡିଏ) ଏବଂ ରାଜ୍ୟ ସରକାରଙ୍କ ଅନ୍ୟ ବିଭାଗର ବରିଷ୍ଠ ଅଧିକାରୀଗଣ ଉପସ୍ଥିତ ରହିବେ । ଏନେଇ ଏହାର ପରିଚାଳନା ଦାୟିତ୍ୱ ନେଇଥିବା ଘରୋଇ ସଂସ୍ଥା ବିକାଶ ଇକୋ ରିସୋର୍ଟସ୍‌ ପକ୍ଷରୁ ସୂଚନା ଦିଆଯାଇଛି ।