କାଲି ଶପଥ ନେବେ ନୂଆ ମନ୍ତ୍ରୀ: ୨୦ ଜଣ ମନ୍ତ୍ରୀଙ୍କୁ ମିଳିବ ନୂଆ ଦାୟିତ୍ୱ

ଭୁବନେଶ୍ୱର: ରାଜ୍ୟ ମନ୍ତ୍ରିମଣ୍ଡଳର ହେବ ନବକଳେବର।ନବୀନଙ୍କ ମନ୍ତ୍ରୀ ମଣ୍ଡଳରୁ ଇସ୍ତଫା ଦେଇଛନ୍ତି ସମସ୍ତ ମନ୍ତ୍ରୀ । ମନ୍ତ୍ରିମଣ୍ଡଳରେ ଥିବା ୨୦ ଜଣ ମନ୍ତ୍ରୀ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । ସେପଟେ ଆସନ୍ତାକାଲି ୧୧.୪୫ରେ ଅନୁଷ୍ଠିତ ହେବ ଶପଥ ଗ୍ରହଣ ଉତ୍ସବ । ନୂତନ ମନ୍ତ୍ରୀ ମଣ୍ଡଳରେ କିଏ ସାମିଲ ହେବେ ଏବଂ କାହାକୁ ସଂଗଠନ ଦାୟିତ୍ୱ ପ୍ରଦାନ କରାଯିବ ତାହା ଏପର୍ଯ୍ୟନ୍ତ ଜଣାପଡିନଥିବା ବେଳେ କିଛି ନାଁକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ଚଳିତ ଥର ମୁଖ୍ୟମନ୍ତ୍ରୀ ମନ୍ତ୍ରୀମଣ୍ଡଳ ପରିବର୍ତ୍ତନ କରିବାକୁ ଯାଉଛନ୍ତି । କିନ୍ତୁ ସବୁଠାରୁ ବଡ଼ କଥା ହେଉଛି, ନବୀନ ପଟ୍ଟନାୟକ ପ୍ରଥମ ଥର ପାଇଁ ସମସ୍ତ ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ କହିଛନ୍ତି ଏବଂ ସମସ୍ତ ୨୦ ଜଣ ମନ୍ତ୍ରୀ ସାମୁହିକ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ଚର୍ଚ୍ଚା ହେଉଛି ବୌଦ୍ଧରୁ ପ୍ରଦୀପ ଅମାତ, ଗଞ୍ଜାମରୁ ଲତିକା ପ୍ରଧାନ, କେନ୍ଦ୍ରାପଡାରୁ ଅତନୁ ସବ୍ୟସାଚ୍ଚୀ ନାୟକ, କେନ୍ଦୁଝରରୁ ବଦ୍ରିନାରାୟଣ ପାତ୍ର, ବାଲେଶ୍ୱରରୁ ଅଶ୍ୱିନୀ ପାତ୍ର, ମୟୂରଭଞ୍ଜରୁ ବାସନ୍ତୀ ହେମ୍ରମ୍ବ, ଭଦ୍ରକରୁ ବ୍ୟମୋକେଶ ରାୟ,ପୁରୀରୁ ରୁଦ୍ର ପ୍ରତାପ ମହାରଥିଙ୍କୁ ମନ୍ତ୍ରିମଣ୍ଡଳରେ ସୁଯୋଗ ମିଳିପାରେ । ସେହିଭଳି ପ୍ରତାପ ଦେବ, ସୂର୍ଯ୍ୟନାରାୟଣ ପାତ୍ର, ପ୍ରଣବ ପ୍ରକାଶ ଦାସଙ୍କୁ ମଧ୍ୟ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇପାରେ ।

ଅନ୍ୟପଟେ ବିବାଦୀୟ ମନ୍ତ୍ରୀଙ୍କୁ ଦ୍ୱିତୀୟ ଥର ସୁଯୋଗ ଦେଇନପାରନ୍ତି ନବୀନ । ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ମନ୍ତ୍ରୀମଣ୍ଡଳ ପରିବର୍ତ୍ତନ କରାଯାଉଛି ଅନେକ ଯୁବ ଚେହେରାଙ୍କୁ ସୁଯୋଗ ମିଳିପାରେ । ଅନ୍ୟପକ୍ଷେ ସମ୍ଭାବ୍ୟ ମନ୍ତ୍ରୀଙ୍କୁ ଫୋନ କଲ କରାଯାଇଛି । ସମ୍ଭାବ୍ୟ ମନ୍ତ୍ରୀ ମାନଙ୍କ ପାଖକୁ CMOରୁ ଫୋନ କଲ ଆସୁଥିବା ଚର୍ଚ୍ଚା ହେଉଛି । ସମ୍ଭାବ୍ୟ ମନ୍ତ୍ରୀଙ୍କୁ ହେଡ଼ କ୍ୱାଟର୍ସ ନଛାଡ଼ିବାକୁ ନିର୍ଦ୍ଦେଶ ଆସିଥିବା ବେଳେ ଅତନୁ ସବ୍ୟସାଚୀ ନାୟକ, ପ୍ରୀତିରଞ୍ଜନ ଘଡ଼ାଇ, ରୁଦ୍ର ମହାରଥୀ, ବାସନ୍ତୀ ହେମ୍ବ୍ରମ, ମନୋହର ରନ୍ଧାରୀଙ୍କୁ ଫୋନ କରାଯାଇଥିବା କୁହାଯାଉଛି ।