ଭୁବନେଶ୍ୱର:ଆପଣମାନେ ସମସ୍ତେ ଅଳ୍ପ ବହୁତେ ଚିଜ୍ ର ନାଁ ଶୁଣିଥିବେ । ଆଜିକା ଦିନରେ ଚିଜ୍ ହୋଇଯାଇଛି ଏକ ମୂଖ୍ୟ ଖାଦ୍ୟ । ପ୍ରାୟ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବଡ ଯାଏଁ ସମସ୍ତେ ପସନ୍ଦ କରନ୍ତି ଚିଜ୍ କୁ । ଆଜିର ଦିନ ଜୁନ ୪ ତାରିଖକୁ ନ୍ୟସନାଲ ଚିଜ୍ ଡେ ଭାବେ ଘୋଷଣା କରାଯାଇଛି । ଆପଣ ମାନେ ଜାଣିଥିବେ ଚିଜ୍ ପିଜା ,ବର୍ଗର ,ମୋମୋ ଭଳି ଅନେକ ଫାଷ୍ଟଫୁଡ ରେ ବ୍ୟବହାର କରାଯାଏ ।
ସମସ୍ତଙ୍କର ସବୁଠାରୁ ଲୋକପ୍ରିୟ ଚିଜ୍ ହେଉଛି ମୋଜାରେଲା । ଚିଜ୍ ତିଆରି ଏକ ପ୍ରାଚୀନ, କେତେକ ହୁଏତ ପବିତ୍ର, ହସ୍ତଶିଳ୍ପ ମଧ୍ୟ କହିପାରନ୍ତି । ଏତେ ପ୍ରାଚୀନ ବାସ୍ତବରେ ଏହା ରେକର୍ଡ ହୋଇଥିବା ଇତିହାସକୁ ପୂର୍ବାନୁମାନ କରେ । ଏହା ଅନୁମାନ କରାଯାଏ ଯେ ଚିଜ୍ ତିଆରି କରିବାର ଯାଦୁ ପ୍ରାୟ ୮୦୦୦ ବର୍ଷ ତଳରୁ ଆରମ୍ଭ ହୋଇଛି । ବଜାରରେ ଚିଜ୍ ଚାହିଦା ଦିନକୁ ଦିନ ବଢିବାରେ ଲାଗିଛି ।ଚିଜ୍ ର ମୁଖ୍ୟ ଉପାଦାନ ହେଉଛି କ୍ଷୀର ।ଚିଜ୍ ମୁଖ୍ୟତଃ ଆମିଷ ଓ ନିରାମିଷ ଦୁଇ ପ୍ରକାର ଭେରାଇଟ ର ହୋଇଥଏ ।