ପୁଣି ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ

ପୁଣି ଏନକାଉଣ୍ଟରରେ ଜଣେ ଆତଙ୍କବାଦୀଙ୍କୁ ନିହତ କଲେ ଯବାନ ।

(ଜାମ୍ମୁ କାଶ୍ମୀର) : ପୁଣି ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ । ଜାମ୍ମୁ କାଶ୍ମୀରର ଅନନ୍ତନାଗରୁ ଆସିଛି ଏହି ଖବର । ନିହତ ଆତଙ୍କବାଦୀ ପାଖରୁ ଗୋଟିଏ AK 47 ରାଇଫଲ, ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରାଯାଇଛି ।

ନିହତ ଆତଙ୍କବାଦୀ ହିଜବୁଲ ମୁଜାହିଦ୍ଦିନର ଥିଲା ବୋଲି ସୂଚନା ମିଲିଛି । ତେବେ ଗତକାଲି ଠାରୁ ଚାଲିଥିବା ଏହି ଏନକାଉଣ୍ଟରରେ ୩ ଜଣ ସେନା କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି । ଏହା ବ୍ୟତୀତ ଜଣେ ସ୍ଥାନୀୟ ନାଗରିକ ମଧ୍ୟ ଆହତ ହୋଇଛନ୍ତି । ଯେଉଁମାନେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।

ସୂଚନାନୁସାରେ, ଆତଙ୍କବାଦୀଙ୍କ ଲୁଚି ରହିଥିବା ସୂଚନା ପାଇବା ପରେ ସୁରକ୍ଷା ବାହିନୀ ଏହି ଅଞ୍ଚଳକୁ ଘେରି ରହିଥିଲେ । ଆଉ ଏହି ସମୟ ମଧ୍ୟରେ ଆତଙ୍କବାଦୀଙ୍କ ନିକଟରୁ ଗୁଳି ବିନିମୟ ହୋଇଥିଲା । ଏହାର ପ୍ରତିଶୋଧ ନେଇ ସୁରକ୍ଷା ବାହିନୀ ଜଣେ ଆତଙ୍କବାଦୀଙ୍କୁ ହତ୍ୟା କରିଛି । କାଶ୍ମୀରରେ ଲଗାତାର ଟାର୍ଗେଟ1 କିଲିଂ ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଗତକାଲି (ଶୁକ୍ରବାର) ଜାମ୍ମୁ କାଶ୍ମୀରର ସୁରକ୍ଷା ସ୍ଥିତିକୁ ଅନୁଧ୍ୟାନ କରିବା ପାଇଁ ଏକ ବୈଠକ କରିଛନ୍ତି ।