ବରକୁ ୧୬ କନିଆକୁ ୩୨ : ନାବାଳକଙ୍କୁ ବିବାହ କରି ଛାଡିବାକୁ ନାରାଜ ମହିଳା

ମଧ୍ୟପ୍ରଦେଶ : ବିବାହ ଏକ ପବିତ୍ର ବନ୍ଧନ । ଏହି ବିବାହରେ ହୋଇଥାଏ ଦୁଇ ପରିବାରର ମିଳନ । ସୃଷ୍ଟି ହୋଇଥାଏ ଜୀବନର ନୂଆ ଏକ ପରିଚୟ । କେହି ପ୍ରେମ ବିବାହ କରିଥାନ୍ତି ତ କେହି ପରିବାରର ସହମତିରେ କରିଥାନ୍ତି ବିବାହ । ବେଳେ ବେଳେ ଏମିତି ବି ପରିସ୍ଥିତି ଦେଖା ଦେଇ ଥାଏ ଯେ, ଝିଅ ପୁଅଙ୍କ ବିବାହ ବୟସ ନ ହୋଇଥିଲେ ବି ବିବାହ କରିଦିଆ ଯାଇଥାଏ । ଯହା ଆମ ଭାରତୀୟ ସମ୍ବିଧନର ଉଲଂଘନ ହୋଇଥାଏ । ସେହିଭଳି ଏକ ଘଟଣା ଘଟିଛି, ମଧ୍ୟପ୍ରଦେଶରେ ସିଙ୍ଗରୌଲିରେ ସେଠାରେ ଜଣେ ୧୬ବର୍ଷ ନାବାଳକକୁ ବିବାହ କରିଛନ୍ତି ୩୨ ବର୍ଷିୀୟା ମହିଳା ।
ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ମହିଳା ଜଣଙ୍କ ସ୍ୱାମୀ ପରିତ୍ୟକ୍ତା । ଏହି ବିବାହ ସେହି ମହିଳାଙ୍କର ୩ୟ ବିବାହ ।

ମହିଳା ଜଣଙ୍କ କହିଛନ୍ତି ଏହି ବିବାହ ପଞ୍ଚାୟତର ସହମତିରେ ହୋଇଛି । ହେଲେ ଏହି ବିବାହକୁ ମାନିବାକୁ ନାରାଜ ନାବାଳକର ବାପା । କାରଣ ଦ୍ୱାଦଶ ଶ୍ରେଣୀରେ ପଢନ୍ତି କମଲେଶ ସାହାଙ୍କ ପୁଅ । କିନ୍ତୁ ତାଙ୍କ ବିବାହ ଜଣେ ୩୨ ବର୍ଷୀୟା ମହିଳାଙ୍କ ସହ କରିଦିଆଯାଇଛି । ସେ ପୁଣି ତାଙ୍କ ଅନିଚ୍ଛା ସତ୍ତେ୍ୱ । ଗାଁର ସରପଞ୍ଚଙ୍କ ସହମତିରେ ହୋଇଛି ଏହି ବାହାଘାର । ନାବାଳକଙ୍କ ବାପା ପୋଲିସଠାରୁ ଆରମ୍ଭ କରି ବାଲ୍ କଲ୍ୟାଣ ସମିତି ପର୍ୟ୍ୟନ୍ତ ସବୁଠି ଅଭିଯୋଗ କରିସାରିଲେଣି । ଶେଷରେ ସିଙ୍ଗରୌଲି ଜିଲ୍ଲାପାଳ ରଂଜୀବ ରଞ୍ଜନ ମୀନା ଏସଡିଏମଙ୍କ ସହ ମିଶି ଏକ ଟିମ୍ ଗଠନ କରି ମାମଲାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ମୁତାବକ, ମହିଳା ଜଣକ ୭ ବର୍ଷ ପୂର୍ବେ ବିବାହ କରିଥିଲେ । ବିବାହର ବର୍ଷକ ପରେ ସ୍ୱାମୀଙ୍କୁ ଛାଡି ଅନ୍ୟତ୍ର ବିବାହ କରିଥିଲେ । ସେଠାରେ ବି ତିଷ୍ଠି ପାରିନଥିଲେ । ଏବେ ନାବାଳକଙ୍କୁ ବିବାହ କରି ତାଙ୍କୁ ଛାଡିବାକୁ ନାରାଜ ।