ନୂଆଦିଲ୍ଲୀ: ଇନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟନ୍ଦ୍ର ଜୈନଙ୍କୁ ଗିରଫ କରିଛି। ମନି ଲଣ୍ଡରିଂ ମାମଲାରେ ତାଙ୍କୁ ଗିରଫ କରାଯାଇଛି। ସମ୍ପ୍ରତି ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମନି ଲଣ୍ଡରିଂ ମାମଲାରେ ସତ୍ୟନ୍ଦ୍ର ଜୈନଙ୍କ ପରିବାରର ୪.୮୧ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ଇଡି ଦ୍ଵାରା ଜବତ ହୋଇଛି। ସତ୍ୟେନ୍ଦ୍ର ଜୈନଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲାର ତଦନ୍ତ ସଂପର୍କରେ ଏହି ଜବତ କରାଯାଇଥିଲା। ୨୦୧୮ ମସିହାରେ ମଧ୍ୟ ଇଡି ଏହି ମାମଲାରେ ତାଙ୍କୁ ଜେରା କରିଥିଲା।