ବାଲେଶ୍ୱର: ଟ୍ରକ ପାର୍କିଙ୍ଗ କରୁଥିଲା ବେଳେ ଟ୍ରକ ଚାପାରେ ହେଲ୍ପର ମୃତ୍ୟୁ । ଘଟଣା ସ୍ଥଳରୁ ଟ୍ରକ ଡ୍ରାଇଭର ଫେରାର। ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ବାହାର୍ଦା ବଜାର ଠାରେ ଥିବା ଏକ ସିମେଣ୍ଟ ଗୋଦାମ ସାମ୍ନାରେ ଟ୍ରକ ପାର୍କିଙ୍ଗ କରୁଥିଲା ବେଳେ, ଟ୍ରକର ପଛରେ ଥିବା ହେଲ୍ପର ଉପରେ ଟ୍ରକର ପଛ ଚକା ଚଢି ଯାଇଥିଲା , ଫଳରେ ଘଟଣା ସ୍ଥଳରେ ଟ୍ରକ ହେଲପରଙ୍କ ମୃତ୍ୟୁ ଘଟି ଥିଲାବେଳେ ଡ୍ରାଇଭର ଫେରାର ହୋଇ ଯାଇଥିଲା । ବସ୍ତା ପୋଲିସ ଘଟଣା ସ୍ଥଳରେ ପହଁଚି ଶବ ଜବତ କରି ତଦନ୍ତ ଜାରି ରଖିଛି,ମୃତକ ହେଲ୍ପର ଜଣକ ରୁପ୍ସା ଥାନା ପୋଢାଡିହା ଗ୍ରାମର ରତିକାନ୍ତ ଜେନା ବୋଲି ଜଣାପଡିଛି ।