(ମୟୂରଭଞ୍ଜ/ସତ୍ୟନାରାୟଣ ପାଲ): ଜିଲ୍ଲାର ବାମନଘାଟି ଉପଖଣ୍ଡରେ ଟାଟା ପାୱାରର ଅଘୋଷିତ୍ ବିଦ୍ୟୁତ କାଟ ଏବଂ ଟାଟା ପାୱାରର କର୍ମଚାରି ମାନେ ଧମକ ଦେଇ ବିନା ମିଟର ରିଡିଙ୍ଗରେ ଲାଇନ୍ ଉପଭକ୍ତl ମାନଙ୍କ ପାଖରୁ ବିଲ ଆଦାୟ କରୁଥିବା ଅଭିଯୋଗ କରିଛନ୍ତି। ଜାମଦା ବ୍ଲକରେ ଜାମଦାର ଜନେ ବରିଷ୍ଠ ସମାଜସେବୀ ଶ୍ରୀ ସୁବାଷ ଚନ୍ଦ୍ର ମଣ୍ଡଳଙ୍କର ଗତ ମାସରେ ମିଟର ରିଡିଙ୍ଗ ଅନୁସାରେ ୧୯୦୦ ହଜାର ଟଙ୍କାରୁ ଅଧିକ ବିଲ ଆସିଥିଲା । କିନ୍ତୁ ଏ ମାସରେ ମଧ୍ୟ ବିନା ମିଟର ରିଡିଙ୍ଗରେ ୧୯୦୦ ହଜାର ଟଙ୍କାରୁ ଅଧିକ ବିଲ ଆସିଥିବା ସେ ଗଣମାଧମ ସମୁଖରେ ପ୍ରକାଶ କରିଥିଲେ।
ସେ ଆହୁରି କହିଛନ୍ତି ଯେ ଗୋଟିଏ ମାସ ହେଲା ତାଙ୍କର ଫ୍ୟାକ୍ଟ୍ରି ବନ୍ଦ ଥିଲା ତେଣୁ କେମିତି ଏତେ ବିଲ ଆସିଲା। ଏଭଲିଆ ମିଛ ବିଲ କରି ଲୋକ ମାନକ ପାଖରୁ ଜୋର୍ କରି ଧମକ ଦେଇ ବିଲ ଆଦାୟ କରୁଥିବା ଟାଟା ପାୱାର କମ୍ପାନୀର ଉପଭୋକ୍ତା ମାନେ ଅଭିଯୋଗ କରିଛନ୍ତି। ଏବଂ ମନଇଛା ଲାଇନ୍ କାଟିବା ତାଙ୍କର ଗୋଟିଏ ନିତିଦିନିଆ ଘଟଣାରେ ପରିଣତ ହୋଇଯାଇଛି। ବେଶୀ କିଛି କହିଲେ ଟାଟା ପାୱାରର ଅଧିକାରୀ ମାନେ ଗାଳି ଗୁଲଜ କରିବା ସହିତ ଲାଇନ୍ କାଟି ଦେବାର ଧମକ ଦେବାକୁ ମଧ୍ୟ ପଛାଉ ନାହାଁନ୍ତି। ରାଜ୍ୟ ସରକାର ବାରମ୍ବାର ଘୋଷଣା କରୁଛନ୍ତି ଯେ ଲାଇନ୍ କାଟ କରାଯିବ ନାହିଁ । କିନ୍ତୁ ମୟୂରଭଞ୍ଜ ଜିଲ୍ଲାର ବାମନଘାଟି ଉପଖଣ୍ଡରେ ଏହାର ଓଲଟା ଚିତ୍ର ଦେଖିବାକୁ ମିଳୁଛି। ବାରମ୍ବାର ଦିନକୁ ପ୍ରାୟ ଦଶରୁ ବାର ଥର ଲାଇନ୍ କାଟ ହେଉଥିବାର ଦୃଶ୍ୟ ଦେଖିବାକୁ ମିଳୁଛି। ଏ ବାବଦରେ ବାରମ୍ବାର ଆମ ଜିଲ୍ଲାପ୍ରତିନିଧି ଟାଟା ପାୱାର କମ୍ପାନୀର ଜୁନିଅର ଅଫିସରଙ୍କ ସହିତ ଯୋଗାଯଗ କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ତାଙ୍କ ସହିତ ଯୋଗାଯୋଗ ହୋଇ ପାରି ନଥିଲା। ତାଙ୍କୁ ଫୋନ୍ କଲେ ମଧ୍ୟ ସେ ଫୋନ୍ ରିସିବ କଲେ ନାହିଁ।
ଯଦି ଏଭଳିଆ ଟାଟା ପାୱାର କମ୍ପାନୀ ଲୋକ ମାନଙ୍କୁ ଠକି ବିଲ ନେବା ବନ୍ଦ ନକରେ ଏବଂ ବାରମ୍ବାର ଲାଇନ୍ କାଟିବା ବନ୍ଦ ନକରେ ତାହାଲେ ଆଗାମୀ ଦିନରେ ବିରାଟ ବଡ ଆନ୍ଦୋଳନ ବାମନଘାଟି ଉପଖଣ୍ଡରେ ହେବ ବୋଲି ବିରିଷ୍ଠ ସମାଜସେବୀ ଶ୍ରୀ ସୁବାଷ ଚନ୍ଦ୍ର ମଣ୍ଡଳ କହିଛନ୍ତି। ତେଣୁ ଏ ବାବଦରେ ବାମନଘାଟି ଉପଖଣ୍ଡର ଜନସାଧାରଣ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ 5ଟି ସଚିବ ଭି କେ ପାଣ୍ଡିଆନ ମହୋଦୟକୁ ଗୁହାରି କରିଛନ୍ତି ଯେ, ଯଥାଶୀଘ୍ର ଟାଟା ପାୱାର କମ୍ପାନୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି। ଏବଂ ଲୋକ ମାନେ କିପରି ଠିକ୍ ବିଲ ପାଇବେ ଏବଂ ଲାଇନ୍ କାଟ କିପରି ବନ୍ଦ କରାଯିବ । ସେ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ 5ଟି ସଚିବଙ୍କୁ ଗୁହାରି କରିଛନ୍ତି।