ସଂସ୍କାରୀ ବୋହୂଙ୍କ ବୋଲ୍ଡ ଅନ୍ଦାଜ
ଟିଭିର ସଂସ୍କାରୀ ବୋହୂ ରୁବିନା ଦିଲାୟିକ୍ ନିଜର ବୋଲ୍ଡ ଫୋଟୋ ଛାଡ଼ି ପୁଣି ଖବରର ଶୀର୍ଷକ ପାଲଟିଛନ୍ତି ।
(ମୁମ୍ବାଇ) : ଟିଭିର ସଂସ୍କାରୀ ବୋହୂ ରୁବିନା ଦିଲାୟିକ୍ ନିଜର ବୋଲ୍ଡ ଫୋଟୋ ଛାଡ଼ି ପୁଣି ଖବରର ଶୀର୍ଷକ ପାଲଟିଛନ୍ତି । ନିକଟରେ ସେ ଇନଷ୍ଟାଗ୍ରାମରେ ନିଜର ଲାଟେଷ୍ଟ ଫଟୋ ସେୟାର କରିଛନ୍ତି। ଯାହାକୁ ଫ୍ୟାନ୍ସ ବହୁତ ପସନ୍ଦ କରୁଛନ୍ତି।
ରୁବିନା ସେୟାର କରିଥିବା ଫଟୋରେ ସେ ଟପଲେସ୍ ଅଛନ୍ତି। ଏହି ଫଟୋଗୁଡ଼ିକରେ, ସେ ଟପ୍ ବଦଳରେ ଏକ ବଡ଼ ଗୋଲାପ ଫୁଲ ପିନ୍ଧିଛନ୍ତି। ୩୪ ବର୍ଷ ବୟସରେ ସେ ବହୁତ ବୋଲ୍ଡ ଦେଖାଯାଉଛନ୍ତି। ଫଟୋ ପାଇଁ ପୋଜ୍ ଦେଉଥିବାବେଳେ ରୁବିନା ନିଆରା ଅନ୍ଦାଜ ଦେଖାଇଛନ୍ତି।ଫଟୋ ପୋଷ୍ଟ କରି ସେ ଲେଖିଛନ୍ତି, ‘ଲୋକମାନେ ଅନାଇବେ! ଏହାକୁ ସେହି ଯୋଗ୍ୟ କର।’
ସୂଚନାନୁଯାୟୀ , ଟିଭିର ଛୋଟି ବୋହୂଙ୍କ ବୋଲ୍ଟ ଅବତାର ଦେଖି ଫ୍ୟାନ୍ସ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସେମାନେ ତାଙ୍କ ଫଟୋରେ ବହୁତ କମେଣ୍ଟ କରୁଛନ୍ତି।