କବାଟ ଖୋଲିଲେ ମହାପ୍ରଳୟ ; ସତ ଚେଷ୍ଟା ପରେ ବି ଖୋଲୁ ନାହିଁ ମନ୍ଦିରର ପଞ୍ଚମ ଦ୍ୱାର

କେରଳ: ଚର୍ଚ୍ଚାରେ କେରଳର ପଦ୍ମନାଭ ମନ୍ଦିର, ସତ ଚେଷ୍ଟା ପରେ ବି ଖୋଲୁ ନାହିଁ ମନ୍ଦିରର ପଞ୍ଚମ ଦ୍ୱାର, ସେହି ଦ୍ୱାର ପଛରେ ରହିଛି କୋଟି କୋଟି ଟଙ୍କାର ସମ୍ପତ୍ତି, କବାଟ ଖୋଲିଲେ ଭୟ, ମାଡି ଆସିବ ପ୍ରଳୟଙ୍କର ଝଡ । କୁହାଯାଏ, ହିନ୍ଦୁ ଧର୍ମରେ ରହିଛନ୍ତି ୩୩ କୋଟି ଦେବତା । ଏଣୁ ଭାରତରେ ରହିଛି ଅନେକ ମନ୍ଦିର । ଯୋଉଁଥି ପାଇଁ ଭାରତକୁ ମନ୍ଦିର ମାଳିନୀ ଦେଶ ବୋଲି କୁହାଯାଏ । ଏହା ସହ ପ୍ରତ୍ୟକ ହିନ୍ଦୁ ୧୨ ମାସରେ ୧୩ ପର୍ବ ପାଳନର ପ୍ରଥା ମଧ୍ୟ ରହିଛି । ଭାରତର ୪ ଧାମକୁ ତୀର୍ଥ କରିବା ସହ ଗଙ୍ଗାରେ ସ୍ନାନ ଓ ଗୟାରେ ପିଣ୍ଡ ଦାନ କଲେ ପିତୃପୁରୁଷ ମୁକ୍ତି ପାଆନ୍ତି ବୋଲି ବିଶ୍ୱାସ ରହିଛି । କେବଳ ଏତିକି ନୁହେଁ ଭାରତରେ ଥିବା ମନ୍ଦିରରେ ରହିଛି ଅନେକ ରହସ୍ୟ । ଯାହାକୁ ନେଇ ସମୟେ ସମୟେ ଗଣ ମାଧ୍ୟମରେ ପ୍ରକାଶ ପାଇଥାଏ । ହେଲେ ବର୍ତ୍ତମାନ ଆମେ ଯେଉଁ ମନ୍ଦିର ବିସୟରେ କହିବାକୁ ଯାଉଛୁ ତାକୁ ଜାଣିବା ପରେ ଆପଣ ଚକିତ ହୋଇଯିବେ ।

କେରଳର ଥିରୁଅନନ୍ତପୁରମ୍ରେ ପ୍ରସିଦ୍ଧ ପଦ୍ମନାଭ ମନ୍ଦିର । ଏହି ମନ୍ଦିରରେ ପୁଜା ପାଆନ୍ତି ଭଗବାନ ବିଷ୍ଣୁଙ୍କର ଏକ ବିଶାଳ ପ୍ରତିମୂର୍ତ୍ତୀ । କିମ୍ବଦନ୍ତି ଅନୁସାରେଏହି ମନ୍ଦିରରେ ଲୁଚି ରହିଛି କିଛି ବିଶେଷ ରହସ୍ୟ । ଭଗବାନ ବିଷ୍ଣୁଙ୍କର ଏହି ବିଶାଳ ପ୍ରତିମୂର୍ତି ଶେଷ ନାଗ ଉପରେ ବିରାଜମାନ ରହିଛି । ଯାହାକୁ ଦେଖିବାକୁ ଦୂରଦୂରାନ୍ତରରୁ ପର୍ଯ୍ୟଟକମାନେ ଆସିଥାନ୍ତି । ଏହି ମନ୍ଦିର ୬ଷ୍ଠ ଶତାବ୍ଦିରେ ନିର୍ମାଣ କରା ଯାଇଥିବା କହିଛନ୍ତି ସ୍ଥାନୀୟ ଲୋକେ । କୁହାଯାଏ ତ୍ରହଲପୁର ରାଜା ଏହି ମନ୍ଦିରର ବାଡ, କାନ୍ଥ, ଖମ୍ବ ଓ ଗର୍ଭଗୃହରେ ଲୁଚାଇ ରଖିଛନ୍ତି ଅନେକ ଧନ ସମ୍ପତ୍ତି । ହେଲେ ୨୦୧୧ ମସିହାରେ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଭଣ୍ଡାରର ଅନେକ ଦ୍ୱାର ଖୋଲା ଯାଇଥିଲା । ପରେ ଭଣ୍ଡାର ଗୃହରୁ କ୍ୱୁଇଣ୍ଟାଲ କୁଇଣ୍ଟାଲ ସୁନା ହୀରା ଅଳଙ୍କାର ଠାବ କରାଯାଇଥିଲା । ଏହି ମନ୍ଦିରରେ ୫ ଟି କବାଟ ରହିଥିବା ସୂଚନା ରହିଛି । ଆଉ ସେହି ସବୁ କବାଟ ପଛରେ ଅନେକ ଅମୂଲ୍ୟ ସମ୍ପତି ରହିଥିଲା । ଏହି ସବୁ ଦ୍ୱାର ତ ଖୋଲି ଯଇଥିଲା ହେଲେ ୫ମ ଦ୍ୱାରର କବାଟ ଖୋଲା ଯାଇ ନଥିଲା । ସବୁଠୁ ବଡ କଥା ହେଲା, ଏହି କବାଟରେ ନା ଥିଲା ତାଲା ନା କୌଣସି ଲକର ବ୍ୟବସ୍ଥା । କିନ୍ତୁ ଥଥାପି ଖୋଲା ଯାଇପାରି ନଥିଲା । ଏହି କବାଟରେ ରହିଛି ସାପର ଚିହ୍ନ । ସେଠକାର ବାସିନ୍ଧାଙ୍କ କହିବା ଅନୁସାରେ ଏହି କବାଟ ଖୋଲିଲେ ହୋଇଥାଏ ଅନେକ କ୍ଷତି । କାରଣ ୨୦୧୧ ମସିହାରେ ଯେତେବେଳେ ସେହି ଦ୍ୱାର ସବୁଖୋଲା ଗଲା ଏହି ଶେଷ ଦ୍ୱାର ବେଳକୁ ଯିଏ ଦ୍ୱାର ଖୋଲୁଥିଲା ତାର ମୃତ୍ୟୁ ହୋଇଗଲା । କୁହାଯାଏ ମନ୍ଦିରର ଏହି ସ୍ୱତନ୍ତ୍ର କବାଟକୁ ଏକ ବିଶେଷ ମନ୍ତ୍ରରେ ବନ୍ଦ କରାଯାଇଥିଲା । ଯାହାକୁ ଅଷ୍ଟନାଗ ମନ୍ତ୍ର କୁହାଯାଏ । ସେହି କବାଟ ପଛରେ କଣ ରହିଛି ତାହା ମଧ୍ୟ କାହାକୁ ଜଣା ନାହିଁ । କି କେହି ବି ଏହାପରଠୁ ତାକୁ ଖୋଲିବାକୁ ଚେଷ୍ଟା କରୁ ନ ଥିବା ଜଣା ଯାଇଛି ।