ମାଦ୍ରାସା : ନୂଆ ମାଦ୍ରାସାକୁ ମିଳିବନି ସରକାରୀ ଅନୁଦାନ । ଏନେଇ କ୍ୟାବିନେଟରେ ଆଗତ ଏକ ପ୍ରସ୍ତାବକୁ ଉତ୍ତରପ୍ରଦେଶ ସରକାର ଗ୍ରହଣ କରିଛନ୍ତି । ଫଳରେ ଏବେଠାରୁ ନୂଆ ମାଦ୍ରାସା ଗୁଡିକ କୌଣସି ଅନୁଦାନ ପାଇବେ ନାହିଁ । ଗତ ବଜେଟରେ ଉତ୍ତରପ୍ରଦେଶ ସରକାର ୧୭ହଜାର ମାଦ୍ରାସା ମଧ୍ୟରୁ ୫୫୮କୁ ଅନୁଦାନ ମଞ୍ଜୁର କରିଛନ୍ତି ।
ମାଦ୍ରାସା ଆଧୁନିକିକରଣ ଯୋଜନାରେ ସରକାର ପ୍ରାୟ ୪୭୯ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏଥିସହିତ କ୍ଲାସ ଆରମ୍ଭ ହେବା ପୂର୍ବରୁ ମାଦ୍ରାସାର ସମସ୍ତ ଛାତ୍ର ଓ ଶିକ୍ଷକମାନଙ୍କ ପାଇଁ ଜାତୀୟ ସଂଗୀତ ଗାୟନକୁ ବାଧ୍ୟତାମୂଳକ କରିଛନ୍ତି ସରକାର । ଫଳରେ ଏହି ଆଦେଶ ଗତ ୧୨ ତାରିଖରେ ଲାଗୁ କରାଯାଇଥିଲା । ଏନେଇ ରାଜ୍ୟ ସଂଖ୍ୟାଲଘୁ ମନ୍ତ୍ରୀ ଦାନିଶ ଆଜାଦ ଅନସାରୀ ଏହି ନିର୍ଦ୍ଦେଶ ଦେଇଛନ୍ତି । ଏଥିପୂର୍ବରୁ ଉତ୍ତରପ୍ରଦେଶ ମାଦ୍ରାସା ଏଜୁକେସନ ବୋର୍ଡ ବୈଠକରେ ଉପରୋକ୍ତ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ।