ଶୋଷରେ ଆଉଟ ପାଉଟ ହେଉଥିଲେ ଗ୍ରାମବାସୀ, ପାଣି ଯୋଗାଇଲେ ନେତା

(ପାପଡାହାଣ୍ଡି/ ଅନିଲ ପ୍ରଭାତ ଭତ୍ରା): ରାଜ୍ୟରେ ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଉଥିବା ବେଳେ, ବିଭିନ୍ନ ଜିଲ୍ଲାରେ ଏବେ ଦେଖାଦେଲାଣି ପାନୀୟ ଜଳ ସମସ୍ୟା । ପାପଡାହାଣ୍ଡି ବ୍ଲକ ମୈଦଲପୁର ପଞ୍ଚାୟତ ଟାଙ୍ଗରାପଖନା ଗ୍ରାମରେ ଦେଖିବାକୁ ମିଳିଛି ଗଭୀର ପାନୀୟ ଜଳ ସଙ୍କଟ ।ମୁନ୍ଦାଏ ପାଣି ପାଇଁ ଆଉଟ ପାଉଟ ହେଉଛନ୍ତି ଗ୍ରାମବାସୀ ।

ଏହି ଖବର ଶୁଣିବା ପରେ ସ୍ଥାନୀୟ ସରପଞ୍ଚ ଚନ୍ଦ୍ରଧ୍ୱଜ ମାଝୀ ଓ ଜିଲ୍ଲା ପରିଷଦ, ସଭ୍ୟା ଡ଼ଃ ଲିପିକା ମାଝୀ ଏକ ପାଣି ଟ୍ୟାଙ୍କର ସାହାଯ୍ୟରେ ଗ୍ରାମବାସୀଙ୍କୁ ପାଣି ଯୋଗାଇଛନ୍ତି ।ଏଥିପାଇଁ ଗ୍ରାମବାସୀ ଏହି ଦୁଇ ନେତାଙ୍କୁ ଅନେକ ଧନ୍ୟବାଦ ଜଣାଇଛନ୍ତି ।ଏହି ଦୁଇ ନେତା ଏପରି କାର୍ଯ୍ୟକୁ କରୁଥିବାରୁ ଅଞ୍ଚଳବାସୀଙ୍କ ନିକଟରେ ପ୍ରଶଂସାର ପାତ୍ର ପାଲଟିଛନ୍ତି ।