ମୁମ୍ବାଇ: ଅଭିନେତାଙ୍କ ପାଇଁ ଛାଡ଼ପତ୍ର କୌଣସି ଏକ ବଡ଼କଥା ନୁହଁ । ସମ୍ପର୍କ ଯେତେ ବର୍ଷର ହେଉ ନା ନାହିଁ ଯଦି ମନ ମିଶୁନି ତେବେ ଅଲଗା ହେବା ଟା ସୁନିଶ୍ଚିତ । ନିକଟରେ ଅଲଗା ହେବାକୁ ଯାଉଛନ୍ତି ଅଭିନେତା ପ୍ରଯୋଜକ ସୋହେଲ ଖାନ ଓ ତାଙ୍କ ପତ୍ନୀ ସୀମା ସଚଦେବ । ଦୁହେଁ ୧୯୯୮ରେ ବିବାହ କରିଥିଲେ। ହେଲେ କିଛିଦିନ ହେଲା ଉଭୟ ଅଲଗା ରହୁଥିଲେ। ଏବେ ଦୁହେଁ ଛାଡ଼ପତ୍ର ଆବଦେନ କରିଥିବା ସୂଚନା ମିଳିଛି। ଏଥିପାଇଁ ଆଜି(ମେ ୧୩) ଉଭୟଙ୍କୁ ମୁମ୍ବାଇର ଏକ ଫ୍ୟାମିଲି କୋର୍ଟରେ ଦେଖିବାକୁ ମିଳିଥିଲା।

ଏହା ପୂର୍ବରୁ ସୋହେଲଙ୍କ ବଡ଼ ଭାଇ ଅର୍ବାଜ ଖାନ୍ଙ୍କର ମଲାଇକା ଅରୋରାଙ୍କ ସହିତ ଛାଡ଼ପତ୍ର ହୋଇଥିଲା। ଏଥିରେ ଉଭୟ ମଲାଇକା ଓ ଅର୍ବାଜଙ୍କ ସହମତି ରହିଥିଲା। ସୂଚନା ଅନୁସାରେ, ଭଡ଼ ଭାଇ ସଲମାନ ଖାନ୍ ଏବେବି ଅବିବାହିତ ରହିଥିବା ବେଲେ ଦୁଇ ଭାଇ ସୋହେଲ ଓ ଅର୍ବାଜ କିନ୍ତୁ ବିବାହ କରିଥିଲେ। ପୂର୍ବରୁ ବଡ଼ବାଇ ଅର୍ବାଜଙ୍କ ଡିଭୋର୍ସ ହୋଇଥିବା ବେଳେ ଏବେ ସୋହେଲ ମଧ୍ୟ ଛାଡ଼ପତ୍ର ଦେଇଛନ୍ତି।