ଫିନାଇଲ ପିଇ ଗିରଫ ଅଭିଯୁକ୍ତର ଆତ୍ମହତ୍ୟା ଉଦ୍ୟମ

ଗଞ୍ଜାମ: ଭଞ୍ଜନଗର ଥାନା ଭିତରେ ଆଜି ଏକ ଅଭାବନିୟ ଘଟଣା ଘଟିଥିବା ଜଣାପଡିଛି । ଆଉ ଏକ ୱାରେଣ୍ଟ ବଳରେ ଗିରଫ ହୋଇଥିବା ଜଣେ ଅଭିଯୁକ୍ତ ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରିଛି । ଗୁରୁତର ଅବସ୍ଥାରେ ଅଭିଯୁକ୍ତକୁ ପୋଲିସ କର୍ମଚାରୀମାନେ ଭଞ୍ଜନଗର ମେଡିକାଲ ରେ ଚିକିତ୍ସିତ ପାଇଁ ଭର୍ତି କରିଥିବା ଜଣାପଡିଛି । ଆମ୍ତହତ୍ୟା ଉଦ୍ୟମ କରିଥିବା ଅଭିଯୁକ୍ତ ଜଣକ ଲଣ୍ଡେଇ ସାହିର ମିଟୁ ସାହୁ ବୋଲି ଜଣାପଡିଛି । ଭଞ୍ଜନଗର ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁଯାୟୀ, ୨୦୧୮ ମସିହାର ଏକ ୱାରେଣ୍ଟ ଅନୁସାରେ ଭଞ୍ଜନଗର ପୋଲିସ ଲଣ୍ଡେଇ ସାହିର ସୁଶାନ୍ତ କୁମାର ସାହୁ ଓରଫ୍ ମିଟୁଙ୍କୁ ଗିରଫ କରି ଥାନାକୁ ଆଣି ପଚରା ଉଚରା କରିଥିଲା । ୭ ଦିନ ଧରି ପୋଲିସ ମିଟୁକୁ କୋର୍ଟଚାଲାଣ ନକରି ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଇଥିଲା । ଶେଷରେ ପୋଲିସର ଜୁଲମ ସହି ନପାରି ମିଟୁ ହାଜତରେ ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ ।