ମୁମ୍ବାଇ :ବଲିଉଡ୍ ଡେବ୍ୟୁକୁ ନେଇ ମୁହଁ ଖୋଲିଲେ ଅଭିନେତ୍ରୀ ଶେହନାଜ୍ ଗିଲ୍ । ସଲମାନ ଖାନ୍ଙ୍କ ସହ ପରଦାରେ ଦେଖା ଯିବେ ଶେହନାଜ୍ ଗିଲ୍ । ଗତ କିଛି ଦିନ ହେବ ଏହା ଶୁଣିବାକୁ ମିଳୁଛି । ନିକଟରେ ଯେତେବେଳେ ଶେହନାଜଙ୍କୁ ଡେବ୍ୟୁକୁ ନେଇ ପ୍ରଶ୍ନ କରାଯାଇଥିଲା ସେତେବେଳେ ସେ ଏମିତି କିଛି କଥା କହିଛନ୍ତି ଯାହା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । କିଛି ଦିନ ହେବ ଏହା ଶୁଣିବାକୁ ମିଳୁଛି ଶେହନାଜ୍ ଗିଲ୍ ବଲିଓଡରେ ପାଦ ଦେଇଛନ୍ତି ।
ରିପୋର୍ଟ ଅନୁସାରେ, ଶେହନାଜ ଏହି ଫିଲ୍ମରେ ସଲମାନଙ୍କ ଭିଣୋଇ ଅର୍ଥାତ୍ ଅଭିନେତା ଆୟୁଷ ଶର୍ମାଙ୍କ ସହ ରୋମାନ୍ସ କରୁଥିବାର ଦେଖିବାକୁ ମିଳିବ । ଶେହନାଜ ଗିଲଙ୍କୁ ବଲିଉଡ୍ ଡେବ୍ୟୁ ନେଇ ପ୍ରଶ୍ନ କରାଯିବାରୁ ସେ ଜବାବ ଦେବା ବେଳେ ଏମିତି ରିଆକ୍ଟ କରିଥିଲେ ଯେ ଏହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ଚାଲିଛି । ଯେତେବେଳେ ଶେହନାଜଙ୍କୁ ବଲିଉଡ୍ ଡେବ୍ୟୁକୁ ନେଇ ଏୟାରପୋର୍ଟରେ ପେପାରାଜି ପ୍ରଶ୍ନ କରିଥିଲା ସେତେବେଳେ ଅଭିନେତ୍ରୀ କିଛି ନକହି ଚୁପ୍ ରହିଥିଲେ ଆଉ ଖାଲି ହସିଥିଲେ । ଶେହନାଜଙ୍କ ଏଭଳି ରିଆକ୍ସନରୁ ବଲିଉଡ୍ ଡେବ୍ୟୁ ଚର୍ଚ୍ଚା ଆହୁରି ଜୋର ଧରିଛି । ଏହା ପୂର୍ବରୁ ଶେହନାଜ ଗିଲ୍ଙ୍କୁ ଦିଲଜିତ ଦୋସାଞ୍ଜଙ୍କ ସହ ପଞ୍ଜାବୀ ଫିଲ୍ମ ‘ହୌସଲା ରଖ୍’ରେ ଦେଖିବାକୁ ମିଳିଥିଲା ।
ଏହି ଫିଲ୍ମରେ ଶେହନାଜଙ୍କର ବହୁତ ପ୍ରଶଂସା ହୋଇଥିଲା । ଏହି ଫିଲ୍ମ ସିଦ୍ଧାର୍ଥ ଶୁକ୍ଲାଙ୍କ ମୃତ୍ୟୁ ପରେ ରିଲିଜ ହୋଇଥିଲା । ଏହି କାରଣରୁ ଫିଲ୍ମର ପ୍ରମୋସନ କରିବା ସମୟରେ ଶେହନାଜ ଅନେକ ଥର ଇମୋସନାଲ ହୋଇଥିବା ଦେଖିବାକୁ ମିଳିଥିଲା । ଆଉ ଏବେ ତାଙ୍କ ଚାହିଁତ ହିରୋ ସହ ନଜର ଆସିବାକୁ ନେଇ ସେ ବହୁତ ଖୁସି ବୋଲି କହିଛନ୍ତି । ସେ ସେୟାର କରି କହିଛନ୍ତି ତାଙ୍କ ଡ୍ରିମ ଥିଲା ସଲମନଙ୍କ ସହ ଗୋଟେ ଫିଲ୍ମ କରିବାକୁ ଯାହାର ସ୍ବପ୍ନ ସତ ହେଇଛି । ଆଉ ସେ ଏହାକୁ ନେଇ ବହୁତ ଖୁସି ବୋଲି ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ।