‘ଅଜାନ ଇସଲାମ ଧର୍ମର କିନ୍ତୁ ଲାଉଡସ୍ପିକର ନୁହେଁ’ : ଆହ୍ଲାବାଦ ହାଇକୋର୍ଟ
ମସଜିଦରେ ଲାଉଡସ୍ପିକରୁ ନେଇ ଚାଲିଥିବା ବିବାଦ ମଧ୍ୟରେ ବଡ଼ ରାୟ ଦେଇଛନ୍ତି ଆହ୍ଲାବାଦ ହାଇକୋର୍ଟ।
(ଉତ୍ତରପ୍ରଦେଶ) : ମସଜିଦରେ ଲାଉଡସ୍ପିକରୁ ନେଇ ଚାଲିଥିବା ବିବାଦ ମଧ୍ୟରେ ବଡ଼ ରାୟ ଦେଇଛନ୍ତି ଆହ୍ଲାବାଦ ହାଇକୋର୍ଟ। ମସଜିଦରେ ଲାଉଡ ସ୍ପିକର ଲଗାଇବା ମୌଳିକ ଅଧିକାର ନୁହେଁ।
ଅଜାନ ଇସଲାମ ଧର୍ମର ଅଂଶବିଶେଷ। କିନ୍ତୁ ଲାଉଡସ୍ପିକର ନୁହେଁ। ଲାଉଡ ସ୍ପିକରରେ ଅଜାନ କୌଣସି ପ୍ରକାରର ମୌଳିକ ଅଧିକାର ମଧ୍ୟରେ ଆସୁନାହିଁ ବୋଲି କୋର୍ଟ କହିଛନ୍ତି।
ସୂଚନାନୁଯାୟୀ , ନିକଟରେ ଧର୍ମପୀଠଗୁଡ଼ିକରେ ଲାଉଡସ୍ପିକର ଲଗାଇବାକୁ ନେଇ ବିବାଦ ଦେଖାଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ଉତ୍ତର ପ୍ରଦେଶ ସରକାର ବିଭିନ୍ନ ମସଜିଦ ଓ ମନ୍ଦିରରୁ ହଜାର ହଜାର ସଂଖ୍ୟକ ଲାଉଡ ସ୍ପିକର ହଟାଇଥିଲେ। ଧର୍ମପୀଠରେ ଲାଉଡ ସ୍ପିକର ବ୍ୟବହାର ହୋଇ ପାରିବ କିନ୍ତୁ ଶବ୍ଦ ଯେମିତି ଏହା ମଧ୍ୟରୁ ବାହାରକୁ ନ ଆସିବ, ତା’ର ବ୍ୟବସ୍ଥା କରିବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଥିଲେ।