ୱିଲ୍ ସ୍ମିଥଙ୍କୁ ସମର୍ଥନ କଲେ ଏଆର୍ ରେହମାନ

ଦି କପିଲ ଶର୍ମା ଶୋ’ରେ ଏଆର୍ ରେହମାନ ପହଞ୍ଚିଥିଲେ।

(ମୁମ୍ବାଇ) : ଦି କପିଲ ଶର୍ମା ଶୋ’ରେ ଏଆର୍ ରେହମାନ ପହଞ୍ଚିଥିଲେ। ‘ହେରାପନ୍ତି ୨’ ର ପ୍ରମୋସନ୍ ପାଇଁ ସେ ଫିଲ୍ମର କାଷ୍ଟ ସହିତ ଥିଲେ। ୱିଲ୍ ସ୍ମିଥଙ୍କୁ ସମର୍ଥନ କଲେ ଏଆର୍ ରେହମାନ ।

ରେହମାନଙ୍କ ଫଟୋ ୱିଲ ସ୍ମିଥଙ୍କ ସହ ଦେଖାଗଲା। ଫଟୋରେ ଲୋକମାନେ ଓସ୍କାରର ଚାପୁଡ଼ା ମାରିବା ଘଟଣା ସହ ଯୋଡି ଫନି କମେଣ୍ଟ ଦେଇଥିଲେ। କପିଲଙ୍କ ସମେତ ସେଟରେ ଥିବା ସମସ୍ତେ ଏହି କମେଣ୍ଟ ପଢି ହସୁଥିଲେ। କିନ୍ତୁ ରେହମାନ ଏହି ସମୟରେ, ୱିଲ୍ ସ୍ମିଥଙ୍କୁ ସମର୍ଥନ କରିଥିଲେ। ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାର ଲାଗିଛି।


ସୂଚନାନୁଯାୟୀ, ଜଣେ ୟୁଜର୍ ଲେଖିଥିଲେ ରେହମାନ ସାର୍, ଦୁରରେ ବସନ୍ତୁ, ତାଙ୍କ ହାତ ବହୁତ ଚାଲେ। ଅନ୍ୟ ଜଣେ ଲେଖିଥିଲେ, ରେହମାନ ସାରଙ୍କୁ ଭୟଭୀତ ହେବାର ଆବଶ୍ୟକତା ନାହିଁ, ସେ ବହୁତ କମ୍ କଥା କୁହନ୍ତି। କପିଲ ୱିଲଙ୍କ ବିରୋଧରେ କମେଣ୍ଟ ପଢିବା ସମୟରେ ରେହମାନ ତାଙ୍କୁ ସପୋର୍ଟ କରିଛନ୍ତି। ସେ କହିଛନ୍ତି, ୱିଲ ଜଣେ ବହୁତ ଭଲ ଲୋକ, ଉତ୍ତମ ହୃଦୟର ବ୍ୟକ୍ତି। ଚାପୁଡ଼ା ଘଟଣାକୁ ସୂଚାଇ ସେ କହିଛନ୍ତି, ବେଳେବେଳେ ଏପରି ଘଟଣା ଘଟିଯାଏ।