ବିବାହରେ ଶାଳୀମାନଙ୍କୁ ୧୨ ଲକ୍ଷ ଦେଲେ ରଣବୀର

ମୁମ୍ବାଇ : ଅଭିନେତା ରଣବୀର କପୁର ଓ ଆଲିଆ ଭଟ୍ଟ ୧୪ ଏପ୍ରିଲରେ ଘନିଷ୍ଠ ବନ୍ଧୁ ଓ ପରିବାରଙ୍କ ସମାରୋହରେ ବିବାହ କରିଛନ୍ତି । ଆଉ ତାଙ୍କ ବିବାହ ଫୋଟ ଏବେ ସୋସିଆଲ ମିଡିଆରେ ଘୂରି ବୁଲୁଛି । ଏବେ ଆଲିଆଙ୍କ ପ୍ରିୟ ବନ୍ଧୁ ତନୟା ଶାହା କିଛି ଫୋଟୋ ସୋସିଆଲ ମିଡିଆରେ ଫୋଷ୍ଟ କରିଛନ୍ତି । ସେହି ଫୋଟୋ ଗୁଡିକ ମଧ୍ୟରୁ ରଣବୀର ଗୋଟେ କାଗଜ ଧରି ସାଙ୍ଗ ମାନଙ୍କ ପାଖରେ ଠିଆ ହୋଇ ଫୋଟୋ ଉଠାଇ ଥିବା ନଜର ଆସିଛି । ସେଥିରେ ଲେଖା ଅଛି ଯେ, ମୁଁ ରଣବୀର ଆଲିଆଙ୍କ ସ୍ୱାମୀ ଶପଥ ନେଉଛି ଯେ, ମୁଁ ସମସ୍ତ କନିଅ ଯାତ୍ରୀଙ୍କୁ ୧୨ ଲକ୍ଷ ଟଙ୍କା ଦେବି ।

ଆଉ ସେମାନଙ୍କର ଏହି ଫୋଟୋ ସୋସିଆଲ ମିଡିଅରେ ଭାଇରା ହେବାରେ ଲାଗିଛି । ପୂର୍ବରୁ ଜୋତା ଚୋରି ପାଇଁ ୧ ଲକ୍ଷ ଟଙ୍କା ଆଉ ଏବେ ଏହି ୧୨ ଲକ୍ଷ ଟଙ୍କା କଥା ଜାଣି ପ୍ୟାନ୍ସମାନେ ମଧ୍ୟ ଏହି ଫୋଟୋର କମେଣ୍ଟରେ ଲେଖିଛନ୍ତି ଯେ ରଣବୀର ଶାଳୀମାନଙ୍କୁ ୧୨ ଲକ୍ଷ ଟଙ୍କା ଦେବାକୁ ଏହି କାଗଜରେ ଲେଖିଛନ୍ତି ।

https://www.instagram.com/p/CchBNz2o8bz/?utm_source=ig_web_button_share_sheet