ନିଆଁ ଲଗାଇଲା ନଡ଼ିଆ ଗଛ

କଣ ହେଇ ଯାଇଛି ଏ ମଣିଷ ସମାଜକୁ । ମଣିଷ ରାଗ,ଆଉ କ୍ରୋଧରେ ଜଜ୍ଜରିତ ହୋଇ ନିଜର ହିତାହିତିକ ଜ୍ଞାନ ହରାଉଛି । ଯେଉଁଥିପାଇଁ ଅମାନୁଷିକ କାଣ୍ଡ ଘଟାଉଛି । ଠିକ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯେଉଁଥିରେ ଜଣେ ପଡ଼ୋଷୀ ରାଗରେ ଅନ୍ୟଜଣ ପଡ଼ୋଷୀଙ୍କ ଘରେ ନିଆଁ ଲଗାଇଦେଇଛନ୍ତି । ଏବେ ପୁର ଘର ଜଳି ପୋଡ଼ି ପାଉଁଶ ହୋଇଯାଇଛି । ଆଶ୍ଚର୍ଯ୍ୟ କଥା ହେଲା ଏହା କୌଣି ଜମିବାଡ଼ି କି ପଇସା ପତ୍ରକୁ ନେଇ ନୁହଁ ବରଂ ସାମାନ୍ୟ ନଡ଼ିଆଗଛକୁ ନେଇ । ଲୋଭ ଆଉ ରାଗ ମଣିଷକୁ ଅନ୍ଦକାରକୁ ଟାଣି ନେଉଛି । ଭଲ କି ଦେଖନ୍ତୁ ଏ ମାଉସୀ ଜଣଙ୍କୁ ଆଖି ଆଗରେ ନିଜ ଘରକୁ ଜଳି ଯାଉଥିବାର ଦେଖି ଛାତି ଫଟାଇ କାନ୍ଦୁଛନ୍ତି ।

ଏଘଟଣା ହେଉଛି ଗଂଜାମ ଜିଲ୍ଲା ଧରାକୋଟ ଥାନା ଅନ୍ତର୍ଗତ ନନ୍ଦିଗୋର ଗ୍ରାମରେ । ଉକ୍ତ ଗ୍ରମାର ରାଧିଆକରଙ୍କ ପୁଅ କାଳୁ ଚରଣକର ଓ ସାନିଆ ସାହୁଙ୍କ ପୁଅ ସୀମାଞ୍ଚଳ ସାହୁଙ୍କ ମଧ୍ୟରେ ନଡ଼ିଆ ଗଛ କଟାକୁ ନେଇ ଝଗଡ଼ା ହୋଇଥିଲା । ଏହା ଉପରେ ଉଭୟ ହାତାହାତୀ ହୋଇଥିଲେ । ପରେ ସୀମାଂଚଳଙ୍କ ଭଉଣୀ ଭାଇକୁ ମାଡ଼ ହେବାର ଦେଖି ରାଧିଆ କରଙ୍କ ଘରେ ନିଆଁ ଲଗାଇଥିବା ଅଭିଯୋଗ ଆସିଛି । ପରେ ଅଗ୍ନିଶମ ବାହିନୀ ପହଁଚି ନିଆଁକୁ ଆ୍ରତ କରିଥିଲା । ଅନ୍ୟପଟେ ଘଟଣା ସ୍ଥଳରେ ଧରା କୋର୍ଟ ପୋଲିସ ପହଁଚି ଉଭୟ ପକ୍ଷକୁ ଅଟକ ରଖି ପଚରା ଉକ୍ଟ୍ରରା କରୁଛି ।