ଶତୃଘ୍ନ ସିହ୍ନାଙ୍କ ବିପକ୍ଷରେ ଅଗ୍ନିମିତ୍ର ପଲଙ୍କୁ ଟିକେଟ
ପଶ୍ଚିମବଙ୍ଗର ଆସନସୋଲ ଲୋକସଭା ଉପ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି।
(କୋଲକତା) : ପଶ୍ଚିମବଙ୍ଗର ଆସନସୋଲ ଲୋକସଭା ଉପ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି। ପୂର୍ବରୁ ଏହି ଆସନ ପାଇଁ ଟିଏମସି ଅଭିନେତାରୁ ନେତା ବନିଥିବା ଶତୃଘ୍ନ ସିହ୍ନାଙ୍କୁ ପ୍ରାର୍ଥୀ କରିଥିଲା। ବିଜେପି ତାଙ୍କ ବିରୋଧରେ ବିଧାୟକ ଅଗ୍ନିମିତ୍ର ପଲଙ୍କୁ ଟିକେଟ ଦେଇଛି।
ସୂଚନାନୁଯାୟୀ , ଅନ୍ୟପକ୍ଷରେ ୨୦୨୧ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ବେଳେ ଅଗ୍ନିମିତ୍ର ପଲ୍ ଆସନସୋଲ ଦକ୍ଷିଣ ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ହୋଇଥିଲେ।