ଆଇପିଏଲ ଆରମ୍ଭ ହେବା ପୂର୍ବରୁ ,ନିଜ ପରିବାର ସହ ସମୟ ବିତାଉଛନ୍ତି ରୋହିତ

ନୂଆଦିଲ୍ଲୀ : ଚଳିତ ମାସ ୨୬ତାରିଖରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ ୨୦୨୨ । ମୁମ୍ବାଇ ଇଣ୍ଡିଆନ୍ସ ଦଳର ଅଧୀନାୟକ ରୋହିତ ଶର୍ମା ଆଇପିଏଲ ପୂର୍ବରୁ ନିଜ ଦଳକୁ ପୁଣି ଥରେ ଟ୍ରଫି ଜିତାଇବାକୁ ଲାଗିଛନ୍ତି । ପୂର୍ବରୁ ଏହି ଦଳ ପାଞ୍ଚ ଥର ଚାମ୍ପିଅନ ହୋଇ ସାରିଥିବା ବେଳେ ଆଇପିଏଲ ୨୦୨୧ରେ ବିଜୟ ମୁକୁଟ କିନ୍ତୁ ଛଡ଼ାଇ ନେଇଥିଲା ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସ ଦଳ । ତେବେ ସେହି ହାରର ବଦଲା ନେବା ପାଇଁ ଅଧିନାୟକ ରୋହିତ ଶର୍ମା ଏବେ ଜୋରଦାର ଅଭ୍ୟାସ କରିବାରେ ଲାଗିପଡିଛନ୍ତି । ଚଳିତ ବର୍ଷ ଆଇପିଏଲର ପ୍ରଥମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ମୁକାବିଲା ହେବ ।

ଶ୍ରୀଲଙ୍କା ବିପକ୍ଷରେ ଟେଷ୍ଟ ସିରିଜ ଖେଳି ସାରିବା ପରେ ଜସପ୍ରିତ ବୁମରାହଙ୍କ ସହ ମୁମ୍ବାଇ କ୍ୟାମ୍ପରେ ଯୋଗ ଦେଇଛନ୍ତି ରୋହିତ । ଏଥିସହିତ ସେ ନିଜର ଏକ ଫ୍ୟାମିଲି ଫଟୋ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି । ଫଟୋରେ ରୋହିତ ନିଜ ପତ୍ନୀ ରିତିକା ଓ ଝିଅ ସମାୟରାଙ୍କ ସହ ନଜର ଆସିଛନ୍ତି । ଏହି ଫଟୋରେ କମେଣ୍ଟ କରି ମୁମ୍ବାଇ ଇଣ୍ଡିଆନ୍ସ କହିଛି ଯେ , ଏହା ଏକ ଆଦର୍ଶ ପରିବାର । ଦୀର୍ଘଦିନ ଧରି ଭାରତୀୟ ଟିମ୍ ସହ ରହିବା ପରେ ରୋହିତ ଏବେ ପରିବାର ସହ ସମୟ କାଟୁଛନ୍ତି ।ତେବେ ସବୁଥର ଭଳି ଏହି ଆଇପିଏଲରେ ମଧ୍ୟ ରୋହିତ ନିଜ ପରିବାର ସହିତ ନଜର ଆସିବେ ।

ରୋହିତଙ୍କ ପରିବାର ସଦସ୍ୟ ଅଧିକାଂଶ ସମୟରେ ତାଙ୍କୁ ଉତ୍ସାହିତ କରିବା ପାଇଁ ଷ୍ଟାଡିୟମକୁ ଆସିବାର ଦେଖିବାକୁ ମିଳିଛି । ଏବେ କରୋନା ସ୍ଥିତି ଓ ବାୟୋ ବବଲ ପାଇଁ ପରିବାର ଲୋକେ ଦୂରରେ ରହୁଛନ୍ତି । ଅଧିନାୟକ ରୋହିତ ଶର୍ମା ପୁଣି ଦମ୍‌ଦାର ଢଙ୍ଗରେ ନିଜ ଟିମ୍‌ର ନେତୃତ୍ୱ ଆରମ୍ଭ କରିବାକୁ ଯାଉଛନ୍ତି । ସେ ଅଧିନାୟକ ଥିବା ସମୟରେ ଭାରତ ୧୪ଟି ଅନ୍ତରାଷ୍ଟ୍ରୀୟ ମ୍ୟାଚ ଜିତିଛି ।