୧୦୦ କୋଟି କ୍ଲବରେ ‘ଗଙ୍ଗୁବାଇ’ଙ୍କ ଏଣ୍ଟ୍ରି, ଧୂଆଁଧାର ରେକର୍ଡ ସୃଷ୍ଟି କଲା ଆଲିଆଙ୍କ ଫିଲ୍ମ

୨ ସପ୍ତାହରେ ବକ୍ସ ଅଫିସରେ ୧୦୦ କୋଟି କଲେକ୍ସନ

ନୂଆଦିଲ୍ଲୀ: ଆଲିଆ ଭଟ୍ଟ ପ୍ରଶଂସକଙ୍କ ପାଇଁ ବଡ ଖୁସି ଖବର | ନିକଟରେ ରିଲିଜ୍ ହୋଇଥିବା ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଫିଲ୍ମ ‘ଗଙ୍ଗୁବାଇ କାଠିଆୱାଡି’ ବକ୍ସ ଅଫିସରେ ଚହଳ ସୃଷ୍ଟି କରିବା ସହ ୧୦୦ କୋଟି କ୍ଲବରେ ସାମିଲ ହୋଇଯାଇଛି | ବକ୍ସରେ ଅଫିସରେ ମୁକ୍ତିଲାଭ କରିଥିବା ‘ଗଙ୍ଗୁବାଇ କାଠିଆୱାଡି’ ଫିଲ୍ମରେ ଆଲିଆଙ୍କ ଅଭିନୟର ଜଲୱାକୁ ଦର୍ଶକ ଖୁବ ମାତ୍ରାରେ ପସନ୍ଦ କରିଛନ୍ତି |

ଟ୍ରେଡ଼ ଅନଲିସିସ ତାରନ୍ ଆଦର୍ଶ ଏହି ଫିଲ୍ମର ଧୂଆଁଧାର କଲେକ୍ସନକୁ ଟ୍ୱିଟର ଜରିଆରେ ସେୟାର କରିଛନ୍ତି | ତାରନ୍ ଆଦର୍ଶ ଟ୍ୱିଟ୍ କରି ଲେଖିଛନ୍ତି, ‘ଗାଙ୍ଗୁବାଇ କାଠିଆୱାଡି’ ଆଜି ୧୦୦ କୋଟି କ୍ଲବରେ ସାମିଲ ହୋଇଛି | ୧୦୦ କୋଟି କଲେକ୍ସନ କ୍ଲବରେ ସାମିଲ ହୋଇଥିବା ଏହା ଏହି ବର୍ଷର ଚତୁର୍ଥ ଫିଲ୍ମ | ଏହା ପୂର୍ବରୁ ପୁଷ୍ପା, ସୂର୍ଯ୍ୟବଂଶୀ ଏବଂ ଫିଲ୍ମ 83 ଏହି ୧୦୦ କୋଟି କଲେକ୍ସନ କ୍ଲବରେ ସାମିଲ ହୋଇସାରିଛି |