କାଲି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ

ଭୁବନେଶ୍ୱର: ସରିଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ରାତି ପାହିଲେ ହେବ ଦ୍ୱିତୀୟ ନିର୍ବାଚନ। ଏଥିପାଇଁ ଗତକାଲି ସନ୍ଧ୍ୟାରେ ହୋଇଥିଲା ପ୍ରଚାର । ଆଉ ଏଥିପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଁଚିଛି । ୩୦ ଟି ଜିଲ୍ଲାର ୬୮ ବ୍ଲକର ୧୮୬ଟି ଜିଲ୍ଲା ପରିଷଦ ଜୋନରେ ହେବ ମତଦାନ । ଏଥିପାଇଁ ସମସ୍ତ ବ୍ୟବସ୍ଥା କରିଛନ୍ତି ରାଜ୍ୟ ନିର୍ବାଚନ କମିଶନର । ପ୍ରଥମ ପର୍ଯ୍ୟାୟ ଭଳି ଆସନ୍ତାକାଲି ମଧ୍ୟ ସକାଳ ୭ଟାରୁ ଦିନ ୧ଟା ଯାଏଁ ଚାଲିବ ମତଦାନ । ୬୨ ଲକ୍ଷ ୧୦ ହଜାର ୯୩୮ ମତଦାତା ମତଦାନ କରିବେ । ଆଜି ସମସ୍ତ ବୁଥରେ ପହଁଚିବେ ପୋଲିଂ ପାର୍ଟି । ତେବେ ଯେଉଁ ବୁଥ୍ ସବୁ ସମ୍ବେଦନଶୀଳ ରହିଛି ସେଠାରେ ପୋଲିସଙ୍କୁ ମୁତୟନ କରାଯାଇ ଫ୍ଲାଗମାର୍ଚ୍ଚ ହେଉଛି ।