(ପୁରୀ) : ଶ୍ରୀମନ୍ଦିର ଖୋଲିବା ନେଇ ଆସନ୍ତାକାଲି(ଶୁକ୍ରବାର) ବସିବ ବୈଠକ। ମୁଖ୍ୟ ପ୍ରଶାସକ କ୍ରିଶନ କୁମାର ଅଧ୍ୟକ୍ଷତାରେ ଏହି ବୈଠକ ବସିବ। ଧୀରେ ଧୀରେ ସଂକ୍ରମଣ ହ୍ରାସ ପାଉଥିବା ହେତୁ ଶ୍ରୀମନ୍ଦିର ଖୋଲିବା ନେଇ ଚର୍ଚ୍ଚା ହେଉଛି ।
ସୂଚନାନୁଯାୟୀ , , କରୋନାର ଲମ୍ଵା ଡିଆଁ ଯୋଗୁଁ ଜାନୁଆରୀ ୧୦ ତାରିଖରୁ ୩୧ ତାରିଖ ଯାଏଁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ କରିବାକୁ ସରକାର ନିଷ୍ପତ୍ତି ନେଇଥିଲେ। ପୁରୀ ସହର ସଂକ୍ରମଣରେ ବ୍ରେକ୍ ଲଗାଇବାକୁ ସରକାର ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ।