ସାପ୍ତାହିକ କାର୍ଯ୍ୟଦିବସ ମାତ୍ର ସାଢ଼େ ୪ ଦିନ ଘୋଷଣା କଲା ୟୁଏଇ

ୟୁଏଇ ପକ୍ଷରୁ ମଙ୍ଗଳବାର ଦେଶର ସାପ୍ତାହିକ କାର୍ଯ୍ୟଦିବସ ବଦଳିବା ନେଇ ଘୋଷଣା ହୋଇଥିଲା

(ଦୁବାଇ) : ୟୁଏଇ ପକ୍ଷରୁ ମଙ୍ଗଳବାର ଦେଶର ସାପ୍ତାହିକ କାର୍ଯ୍ୟଦିବସ ବଦଳିବା ନେଇ ଘୋଷଣା ହୋଇଥିଲା । ସେଇ କ୍ରମରେ , ସେଠାରେ ସରକାରୀ କର୍ମଚାରୀମାନେ ସୋମବାରରୁ ଗୁରୁବାର ଯାଏ ସକାଳ ୭.୩୦ରୁ ଅପରାହ୍ନ ୩.୩୦ ଯାଏ କାମ କରିବେ । ଶୁକ୍ରବାର ସେମାନେ ଅଧା ଦିନ କାମ କରିବେ । ଅର୍ଥାତ ସେଦିନ ସକାଳ ୭.୩୦ରୁ ସେମାନଙ୍କୁ ଦିନ ୧୨ଟା ଯାଏ କାର୍ଯ୍ୟ କରିବାକୁ ହେବ । ଯଦି ସେମାନେ ୱାର୍କ ଫ୍ରମ୍‌ ହୋମ୍‌ ପାଇଁ ଅନୁମତି ମାଗିବେ ତାହା ମଞ୍ଜୁର କରାଯିବ ।

ସୂଚନାନୁଯାୟୀ , ଶନିବାର ଓ ରବିବାର ଛୁଟି ରହିବ । ଅର୍ଥାତ୍‌ ସେମାନଙ୍କର ସାପ୍ତାହିକ କାର୍ଯ୍ୟଦିବସ ମାତ୍ର ସାଢ଼େ ୪ ଦିନ ହେବ । ଏହି ଘୋଷଣା କରିବାରେ ୟୁଏଇ ବିଶ୍ୱର ପ୍ରଥମ ଦେଶ ପାଲଟିଛି ଯେଉଁଠାରେ କର୍ମଚାରୀମାନେ ସପ୍ତାହରେ ମାତ୍ର ସାଢ଼େ ୪ ଦିନ କାମ କରିବେ ଓ ୨.୫ ଦିନ ଛୁଟି ପାଇବେ ।