ରାଇପୁର : ମଣିପୁରରେ ହୋଇଥିବା ଆତ୍ମଘାତୀ ଆକ୍ରମଣରେ ଦୁଇ ଆତଙ୍କବାଦୀ ଗିରଫ ହୋଇଛନ୍ତି । ଦୁଇ ଆତଙ୍କବାଦୀ ପିପୁଲ୍ସ ଲିବେରେସନ ଆର୍ମୀ ମଣିପୁର ଏବଂ କମ୍ୟୁନିଷ୍ଟ ପାର୍ଟିର ସଦସ୍ୟ ଥିବା ନେଇ ସୂଚନା ମିଳିଛି । ଆସାମ ରାଇଫଲ ଏବଂ ମଣିପୁର ପୋଲିସ ସାହାଯ୍ୟରେ ଦୁଇ ଆତଙ୍କବାଦୀ ଗିରଫ । ମଣିପୁରର ଏହି ଆତଙ୍କୀ ହମଲାରେ ପାଞ୍ଚ ଜଣ ଯବାନ ସହିଦ ହୋଇଥିବା ବେଳେ ଏହା ସହ ଆସାମ ରାଇଫଲର କର୍ଣ୍ଣନେଲ ବିପ୍ଲବ ତ୍ରିପାଠୀ ଓ ତାଙ୍କ ୮ ବର୍ଷର ପୁଅ, ସ୍ତ୍ରୀ ଏହି ଆକ୍ରମଣରେ ମୃତ୍ୟ ହୋଇଥିଲା ।