ନୂଆଦିଲ୍ଲୀ : ଭାରତରେ ନିର୍ମିତ କୋରୋନା ଔଷଧ ମୋଲନୁପିରାଭିର ଜୁରୁରୀକାଳୀନ ବ୍ୟବହାର ପାଇଁ ଡିସିଜିଆକୁ ଅନୁମତି ମାଗିଛି ହେଟ୍ରୋ କମ୍ପାନୀ । ମୋଲନୁପିରାଭିର ୫ ଦିନରେ କରୋନା ଭାଇରସକୁ ନିପାତ କରିବା ନେଇ ଦାବୀ କରିଛି ହେଟ୍ରୋ କମ୍ପାନୀ । ଫେଜ ଥ୍ରୀରେ ୧୨୧୮ ଜଣ କରୋନା ରୋଗୀଙ୍କ ଶରୀରରେ ଏହାକୁ ପରୀକ୍ଷଣ କରାଯାଇଅଛି । ଘରେ ଚିକିତ୍ସିତ ହେଉଥିବା କରୋନା ରୋଗୀ ମାନଙ୍କ ପାଇଁ ଏହାକୁ ଜରୁରୀକାଳୀନ ଭାବେ ବ୍ୟବହାର କରିପାରିବେ ।