ନଭେମ୍ବରରେ ୟୁପି ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଚଳିତ ନଭେମ୍ବର ମାସରେ ପ୍ରଧାନମନ୍ତ୍ରୀ ମୋଦୀ ୪ଥର ୟୁପି ଗସ୍ତରେ ଯିବା ନେଇ ଖବର ମିଳିଛି । ମୋଦୀଙ୍କ ଏହି ଗସ୍ତରେ ସେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିବା ସହିତ ବଡ ବଡ ଜନସଭାକୁ ସମ୍ବୋଧିତ ମଧ୍ୟ କରିବେ । ଯାହା ୟୁପି ବିଧାନସଭା ନିର୍ବାଚନରେ ବିଜେପିକୁ ଫାଇଦା ଦେଇପାରେ ।ସୂଚନା ମୁତାବକ, ପିଏମ୍ ମୋଦୀ ଚଳିତ ମାସରେ ୟୁପି ଗସ୍ତରେ ଯାଇ ସୁଲତାନପୁର, ଝାନସୀ , ଲକ୍ଷ୍ନୌ ଓ ଗ୍ରେଟର ନୋଏଡା ଯିବେ । ନଭେମ୍ବର ୧୬ ତାରିଖରେ ମୋଦୀ ସୁଲତାନପୁରରେ ପୂର୍ବାଞ୍ଚଳ ଏକ୍ସପ୍ରେସ ୱେର ଶୁଭାରମ୍ଭ କରିବା ସହିତ ସେଠାରେ ଏକ ବଡ ଜନସଭାକୁ ସମ୍ବୋଧିତ କରିବେ । ସେହିପରି ୨୫ ନଭେମ୍ବରରେ ମୋଦୀ ଗ୍ରେଟର ନୋଏଡାରେ ଇଣ୍ଟରନ୍ୟାସନାଲ ଏୟାରପୋର୍ଟର ଶିଳାନ୍ୟାସ କରିବେ । ଏଥିସହ ନଭେମ୍ବର ୧୯ ତାରିଖରେ ପ୍ରଧାନମନ୍ତ୍ରୀ ମୋଦୀ ଝାନସୀ ଯାଇପାରନ୍ତି । ଯେଉଁଠି ରାଣୀ ଲକ୍ଷ୍ମୀବାଇଙ୍କ ଜୟନ୍ତୀ ଅବସରରେ ଆଜାଦୀ କି ଅମୃତ ମହୋତ୍ସବ ପାଳନ ହେବ ।