ନୂଆଦିଲ୍ଲୀ : କୃଷକ ନେତା ରାକେଶ ଟିକାୟତ କେନ୍ଦ୍ର ସରକାରଙ୍କୁ ନଭେମ୍ବର ୨୬ ଯାଏଁ ସମୟ ଦେଇଛନ୍ତି । ୨୭ ନଭେମ୍ବରରେ କୃଷକ ନିଜର ଟ୍ରାକ୍ଟର ସହିତ ଦିଲ୍ଲୀର ଚାରିପଟୁ ଦିଲ୍ଲୀ ବୋର୍ଡରେ ପହଞ୍ଚିବା ନେଇ ଚେତାଇଛନ୍ତି ରାକେଶ ଟିକାୟତ । କୃଷକ ମାନଙ୍କୁ ଯଦି ବଳପୂର୍ବକ ଆନ୍ଦୋଳନକାରୀ ମାନଙ୍କୁ ହଟେଇବାକୁ ଚେଷ୍ଟା କରନ୍ତି ତେବେ ଦେଶର ସମସ୍ତ ସରକାରୀ ଅଫିସକୁ ଶସ୍ୟ ମଣ୍ଡିରେ ପରିଣତ କରିଦେବୁ ।
ବିଗତ କିଛିଦିନ ହେବ କୃଷକ ମାନେ ଟିକିରି, ସିଂଘୁ, ଓ ଗାଜିପୁର ବୋର୍ଡରେ ଆନ୍ଦୋଳନ ଆରମ୍ଭ କରିଥିଲେ । ତିନି କଳା କୃଷି ଆଇନ ବିରୋଧରେ ଆସନ୍ତା ବର୍ଷ ନଭେମ୍ବର ୨୬ରୁ ଚାଷୀ ମାନେ ତିନି ବୋର୍ଡରେ ଆନ୍ଦୋଳନ କରିଆସୁଛନ୍ତି । କଳା କୃଷି ଆଇନକୁ ନେଇ ସରାକାର ଓ କୃଷକ ନେତା ମାନଙ୍କ ମଧ୍ୟରେ ଅନେକଥର ଆଲୋଚନା ହୋଇଥିଲେ ମଧ୍ୟ ତାହା ସଫଳ ହୋଇପାରି ନାହିଁ ।