ଆଜି ୧୨ ଘଣ୍ଟିଆ ବୌଦ୍ଧ ବନ୍ଦ ପାଳନ କରୁଛି ବିଜେପି

ମମିତା ମେହେର ମୃତ୍ୟୁ ମାମଲାକୁ ନେଇ ବୃଦ୍ଧି ପାଉଛି ଆନ୍ଦୋଳନ । ବିଭିନ୍ନ ଜିଲ୍ଲାରେ ଆଜି ବନ୍ଦ ପାଳନ କରିଛି ବିଜେପି ।

(ବୌଦ୍ଧ) : ମମିତା ମେହେର ମୃତ୍ୟୁ ମାମଲାକୁ ନେଇ ବୃଦ୍ଧି ପାଉଛି ଆନ୍ଦୋଳନ । ବିଭିନ୍ନ ଜିଲ୍ଲାରେ ଆଜି ବନ୍ଦ ପାଳନ କରିଛି ବିଜେପି । ଶନିବାର ୧୨ ଘଣ୍ଟିଆ ବୌଦ୍ଧ ବନ୍ଦ ଡାକରା ଦେଇଚି ଭାରତୀୟ ଜନତା ପାର୍ଟି । ସକାଳ ୬ଟାରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ଜିଲ୍ଲାରେ ବନ୍ଦ ପାଳନ କରାଯିବ ।

ସୂଚନାନୁଯାୟୀ , ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ଫାଶୀଦଣ୍ଡରେ ଦଣ୍ଡିତ କରିବାକୁ ଦାବି କରିଛି ବିଜେପି। ଏହାସହ ଘଟଣାର ନିରପେକ୍ଷ ତଦନ୍ତ ପାଇଁ ସିବିଆଇକୁ ତଦନ୍ତ ଦାୟିତ୍ୱ୍ୟ ଦେବାକୁ ଦଳ ପକ୍ଷରୁ ଦାବି କରାଯାଇଛି । ଜିଲ୍ଲାର ସମସ୍ତ ୩ଟି ବ୍ଲକ ଏବଂ ବୌଦ୍ଧ ଏନଏସିରେ ବନ୍ଦ କରିବାକୁ ବିଜେପି ଡାକରା ଦେଇଛି । ବନ୍ଦର ପ୍ରଭାବରେ ଜିଲ୍ଲାର ସମସ୍ତ ଦୋକାନ ବଜାର ସକାଳୁ ବନ୍ଦ ରହିଥିବା ବେଳେ ଶିକ୍ଷାନୁଷ୍ଠାନ, ବିଭିନ୍ନ କାର୍ଯ୍ୟାଳୟ ଓ ଯାନବାହନ ଚଳାଚଳ ବନ୍ଦ ରହିଛି।