ଗ୍ରୋସରି ଯୋଗାଣ ବନ୍ଦ କରିବ ଜୋମାଟୋ
ଚଳିତମାସ ୧୭ ତାରିଖରୁ ଜୋମାଟୋ ଏହାର ଗ୍ରୋସରି ଯୋଗାଣ ସେବାକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ।
(ଦିଲ୍ଲୀ) : ଚଳିତମାସ ୧୭ ତାରିଖରୁ ଜୋମାଟୋ ଏହାର ଗ୍ରୋସରି ଯୋଗାଣ ସେବାକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି । ଯେଉଁ ଅଞ୍ଚଳରେ ଏହାର ପାଇଲଟ୍ ପ୍ରକଳ୍ପ ଜାରି ରହିଥିଲା, ତାହା ବନ୍ଦ ହୋଇଯିବ । ଦୁଇବର୍ଷ ମଧ୍ୟରେ ଏହାକୁ ମିଶାଇ କମ୍ପାନି ଦୁଇଥର ଗ୍ରୋସରି ଯୋଗାଣ ସେବା ବନ୍ଦ କଲାଣି ।
ସୂଚନାନୁଯାୟୀ , ଚଳିତବର୍ଷ ଜୁଲାଇରେ ଜୋମାଟୋ ଦିଲ୍ଲୀ ଏନ୍ସିଆର୍ର କେତେକ ବଜାରରେ ଗ୍ରୋସରି ଡେଲିଭରି ସେବା ଆରମ୍ଭ କରିଥିଲା । ଅର୍ଡର ପାଇବାର ୪୫ ମିନିଟ୍ ମଧ୍ୟରେ ସାମଗ୍ରୀ ପହଞ୍ଚାଇବା ଏହାର ଲକ୍ଷ୍ୟ ଥିଲା । ପରେ ଏହି ସେବା ଅନ୍ୟ ପ୍ରମୁଖ ସହରକୁ ସମ୍ପ୍ରସାରଣ ପାଇଁ କମ୍ପାନି ଯୋଜନା ରଖିଥିଲା । କିନ୍ତୁ ଇନ୍ଭେଣ୍ଟୋରି ଓ ଅର୍ଡର ପୂରଣ ମଧ୍ୟରେ ବଡ଼ ପାର୍ଥକ୍ୟ ଦେଖାଦେବାରୁ ଜୋମାଟୋ ଚ୍ୟାଲେଞ୍ଜ୍ର ସମ୍ମୁଖୀନ ହୋଇଥିଲା । ତେଣୁ ବାଧ୍ୟ ହୋଇ କମ୍ପାନି ପୁଣି ଏହାକୁ ବନ୍ଦ ପାଇଁ ନିଷ୍ପତ୍ତି ନେଇଛି ।