ସୁସ୍ମିତାଙ୍କୁ ରାଜ୍ୟସଭା ପଠାଇବେ ମମତା !
ରାଜ୍ୟସଭା ସଦସ୍ୟ ପାଇଁ ଆସନ୍ତା ୪ ତାରିଖ ଭୋଟ ହେବାକୁ ଥିବା ବେଳେ ମାନସ ଭୂୟାଁ ଛଡ଼ିବା ପରେ ଖାଲି ହେଉଥିବା ଆସନରୁ ତୃଣମୂଳ କଂଗ୍ରେସ ପ୍ରାର୍ଥୀର ପ୍ରାର୍ଥୀ ହୋଇପାରନ୍ତି
(କୋଲକତା) : ରାଜ୍ୟସଭା ସଦସ୍ୟ ପାଇଁ ଆସନ୍ତା ୪ ତାରିଖ ଭୋଟ ହେବାକୁ ଥିବା ବେଳେ ମାନସ ଭୂୟାଁ ଛଡ଼ିବା ପରେ ଖାଲି ହେଉଥିବା ଆସନରୁ ତୃଣମୂଳ କଂଗ୍ରେସ ପ୍ରାର୍ଥୀର ପ୍ରାର୍ଥୀ ହୋଇପାରନ୍ତି ଆସାମର ନେତ୍ରୀ ସୁସ୍ମିତା ଦେବ । ତେବେ ରାଜନାତି ମହଲରେ ଏହି ଚର୍ଚ୍ଚା ଜୋରଧରିଥିବା ବେଳେ ଏ ବିଷୟରେ ସେ ନିଜେ ଜାଣି ନଥିବା ସୁସ୍ମିତା କହିଛନ୍ତି ।ଣମୂଳର ସାଧାରଣ ସଂପାଦକ ଅଭିଷେକ ବାନାର୍ଜୀଙ୍କ ଉପସ୍ଥିତିରେ ଦଳରେ ଯୋଗଦେବା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସହ ସାକ୍ଷାତ କରି ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ଆଗାମୀ ଦିନରେ ଆସାମରେ ଦଳକୁ ମଜବୁତ୍ କରିବା ପାଇଁ ତୃଣମୂଳ ସୁସ୍ମିତାଙ୍କୁ ରାଜ୍ୟସଭାକୁ ପଠାଇବ ବୋଲି ଚର୍ଚ୍ଚା ହେଉଛି ।
ସୂଚନାନୁଯାୟୀ , ଗତ ଅଗଷ୍ଟ ୧୬ରେ ଆସାମ ଶିଲଚରର କଂଗ୍ରେସର ପୂର୍ବତନ ସାଂସଦ ସୁସ୍ମିତା ଦେବ ତୃଣମୂଳରେ ଯୋଗଦେଇଥିଲେ । ତୃଣମୂଳର ସାଧାରଣ ସଂପାଦକ ଅଭିଷେକ ବାନାର୍ଜୀଙ୍କ ଉପସ୍ଥିତିରେ ଦଳରେ ଯୋଗଦେବା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସହ ସାକ୍ଷାତ କରି ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ଆଗାମୀ ଦିନରେ ଆସାମରେ ଦଳକୁ ମଜବୁତ୍ କରିବା ପାଇଁ ତୃଣମୂଳ ସୁସ୍ମିତାଙ୍କୁ ରାଜ୍ୟସଭାକୁ ପଠାଇବ ବୋଲି ଚର୍ଚ୍ଚା ହେଉଛି ।