ଜାନୁଆରୀରୁ ସେପ୍ଟେମ୍ବର ମଧ୍ୟରେ ଡେଙ୍ଗୁ ୧୧୦% ବଢିଛି

ରାଜ୍ୟ ସରକାର ଓ କେନ୍ଦ୍ରର ସ୍ୱତନ୍ତ୍ର ଫୋକସ୍‌ ପରେ ବି ଗୁଜରାଟ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସେତେଟା ଉନ୍ନତି ପ୍ରଦର୍ଶନ କରିପାରୁ ନାହିଁ।

(ଦିଲ୍ଲୀ) : ରାଜ୍ୟ ସରକାର ଓ କେନ୍ଦ୍ରର ସ୍ୱତନ୍ତ୍ର ଫୋକସ୍‌ ପରେ ବି ଗୁଜରାଟ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସେତେଟା ଉନ୍ନତି ପ୍ରଦର୍ଶନ କରିପାରୁ ନାହିଁ। ଚଳିତ ବର୍ଷ ଜାନୁଆରୀ ୨୦ ଠାରୁ ସେପ୍ଟେମ୍ବର ୪ ତାରିଖ ପର୍ଯ୍ୟନ୍ତ ଗୁଜରାଟ୍‌ରେ ଡେଙ୍ଗୁ, ଚିକୁନଗୁନିଆ ଏବଂ ମ୍ୟାଲେରିଆ ମାମଲା ୧୧୦ ପ୍ରତିଶତ ବୃଦ୍ଧି ପାଇଛି। ଗତ ବର୍ଷକୁ ତୁଳନା କଲେ ଚଳିତ ବର୍ଷ ୯ ମାସ ଭିତରେ ରାଜ୍ୟରେ ଡେଙ୍ଗୁ ମାମଲା ୫୮.୩ ପ୍ରତିଶତ ବୃଦ୍ଧି ପାଇଛି। ସେହିପରି ଜଳ ଦ୍ୱାରା ସୃଷ୍ଟି ହେଉଥିବା ରୋଗ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି ବୋଲି ଅହମଦାବାଦ ମ୍ୟୁନିସିପାଲ୍‌ଟି ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

ସୂଚନାନୁଯାୟୀ , ଗତ ବର୍ଷ ଜାନୁଆରୀ ୨୦ ରୁ ସେପ୍ଟମ୍ବର ୪ ତାରିଖର ମଧ୍ୟରେ ଅହମଦାବାଦ୍‌ରେ ୨୫୫ଟି ଡେଙ୍ଗୁ ମାମଲା ଚିହ୍ନଟ ହୋଇଥିଲା। ଏନେଇ ଅହମଦାବାଦ ମ୍ୟୁନିସିପାଲ ସ୍ୱାସ୍ଥ୍ୟ ବିଭାଗ କହିଥିଲା ହେଲେ ଚଳିତ ବର୍ଷ ଠିକ୍ ସେହି ସମୟ ଅବଧି ମଧ୍ୟରେ ସହରରେ ଡେଙ୍ଗୁ ସଂଖ୍ୟା ୬୮୪କୁ ବୃଦ୍ଧି ପାଇଛି। ସେହିପରି ଗତବର୍ଷ ଚିକନଗୁନିଆ କେସ୍‌ ୧୯୬ ଥିଲା ହେଲେ ଚଳିତ ବର୍ଷ ସଂଖ୍ୟା ବଢ଼ି ୪୧୨ ହୋଇଛି।