ପରଲୋକରେ ‘ଗର୍ଲ୍ସ ଆଲାଉଡ୍’ର ଗାୟିକା ସାରା ହାର୍ଡିଂ

ଆରପାରିରେ ‘ଗର୍ଲ୍ସ ଆଲାଉଡ୍’ର ଗାୟିକା ସାରା ହାର୍ଡିଂ। ୩୯ ବର୍ଷ ବୟସ ସେ ବ୍ରେଷ୍ଟ୍ କ୍ୟାନ୍ସର୍ ରେ ପୀଡିତ ଥିଲେ ।

(ମୁମ୍ବାଇ) : ଆରପାରିରେ ‘ଗର୍ଲ୍ସ ଆଲାଉଡ୍’ର ଗାୟିକା ସାରା ହାର୍ଡିଂ। ୩୯ ବର୍ଷ ବୟସ ସେ ବ୍ରେଷ୍ଟ୍ କ୍ୟାନ୍ସର୍ ରେ ପୀଡିତ ଥିଲେ । ଏହି ଦୁଃଖଦ ଖବରକୁ ଗାୟିକାଙ୍କ ମା’ ସୋସିଆଲ୍ ମିଡିଆରେ ସେୟାର୍ କରିଛନ୍ତି । ଗାୟିକାଙ୍କ ମା’ ମରିୟମ ଇନଷ୍ଟାଗ୍ରାମରେ ଏହି ଖବର ବିଷୟରେ ସୂଚନା ଦେଇ ତାଙ୍କ ଝିଅଙ୍କୁ ‘ସାଇନିଙ୍ଗ୍ ଷ୍ଟାର୍’ ବୋଲି ବର୍ଣ୍ଣନା କରିଛନ୍ତି ।

ସୂଚନାନୁଯାୟୀ , ହାର୍ଡିଂଙ୍କର ଏକ ବ୍ଲାକ୍ ଏଣ୍ଡ ହ୍ୱାଇଟ୍ ଫଟୋ ସେୟାର କରି ତାଙ୍କ ମା ଲେଖିଛନ୍ତି, ‘ମୁଁ ଆଜି ଗଭୀର ଦୁଃଖ ସହିତ ଏହି ଖବର ସେୟାର କରୁଛି ଯେ ମୋର ସୁନ୍ଦର ଝିଅ ସାରାଙ୍କ ଦେହାନ୍ତ ହୋଇଛି। କ୍ୟାନ୍ସର୍ ରୋଗ ସହିତ ସାରାଙ୍କ ଯୁଦ୍ଧ ବିଷୟରେ ଆପଣମାନଙ୍କ ମଧ୍ୟରୁ ଅନେକ ଜାଣିଥିବେ। ସେ ଶେଷ ପର୍ଯ୍ୟନ୍ତ ଏହା ସହିତ ସଂଘର୍ଷ କରିଥିଲେ। ସେ ଆଜି ସକାଳେ ଶାନ୍ତିରେ ଏହି ଦୁନିଆକୁ ଛାଡି ଚାଲିଯାଇଛନ୍ତି।