୨୦୨୨ରେ ଆସିବାକୁ ଯାଉଛି ରାନୁ ମଣ୍ଡଳଙ୍କ ବାୟୋପିକ
ବର୍ତ୍ତମାନ ବଲିଉଡ ଜଗତରେ ରାନୁ ମଣ୍ଡଳଙ୍କ ବାୟୋପିକ ହେବା ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।
(ମୁମ୍ବାଇ) : ବର୍ତ୍ତମାନ ବଲିଉଡ ଜଗତରେ ରାନୁ ମଣ୍ଡଳଙ୍କ ବାୟୋପିକ ହେବା ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ତେବେ ଫିଲ୍ମର ନାମ ‘ ମିସ୍ ରାନୁ ମାରିୟା’ ରହିଥିବା ବେଳେ ଏହାକୁ ଋଷିକେଶ ମଣ୍ଡଳ ନିର୍ଦ୍ଦେଶନା ଦେଉଛନ୍ତି। ଏହି ବାୟୋପିକରେ ରାନୁ ମଣ୍ଡଳଙ୍କ ଭୂମିକାରେ ନଜର ଆସିବେ ବଙ୍ଗାଳୀ ଏବଂ ହିନ୍ଦୀ ଫିଲ୍ମରେ କାମ କରିସାରିଥିବା ଅଭିନେତ୍ରୀ ଇଶିକା ଦେ । ଏହି ଫିଲ୍ମର ଶୁଟିଂ କଲିକତା ଏବଂ ମୁମ୍ବାଇରେ ହେବ।

ସୂଚନାନୁଯାୟୀ , ଈଶିକା ଫିଲ୍ମ ‘ଲାଲ କପ୍ତାନ ଏବଂ ୱେବ ସିରିଜ ସେକ୍ରେଡ ଗେମ୍ସ’ରେ କାମ କରିସାରିଛନ୍ତି। ଈଶିକା ଏପର୍ଯ୍ୟନ୍ତ ରାନୁ ମଣ୍ଡଳଙ୍କୁ ସାକ୍ଷାତ କରି ନାହାନ୍ତି । କାହିଁକି ନାଁ କରୋନା କାରଣରୁ ମୁମ୍ବାଇରେ ସମସ୍ତ ପ୍ରକାରର ସତର୍କତା ଅବଲମ୍ବନ କରାଯାଉଛି । ଯେଉଁଥି ପାଇଁ ସେ କୋଲକତା ରାନାଘାଟ ରେ ରହୁଥିବା ବେଳେ ସେ ଇଶିକା ମୁମ୍ବାଇରେ ରହୁଛନ୍ତି । ଏଥିପାଇଁ ସେମାନେ ଭର୍ଚୁଆଲ ଭାବେ ସାକ୍ଷାତ କରିବାକୁ ଯାଉଛନ୍ତି । ଈଶିକା କହିଛନ୍ତି ଯେ ଜଣେ କଳାକାର ଭାବରେ ଏକ ଭଲ ଭୂମିକା ପାଇଁ ସର୍ବଦା ଇଚ୍ଛା ଥାଏ । ମୋ ପାଇଁ, ଏକ ଭଲ ଚରିତ୍ର ହେଉଛି ଯାହାର ବହୁତ ରଙ୍ଗ ଅଛି । ଏହି ଚଳଚ୍ଚିତ୍ର ମାଧ୍ୟମରେ ମୁଁ ତାହା ପାଇଲି । ଆହୁରି ମଧ୍ୟ, ପ୍ରଥମ ଥର ପାଇଁ ମୁଁ ଏକ ହିନ୍ଦୀ ଚଳଚ୍ଚିତ୍ରରେ ମୁଖ୍ୟ ଚରିତ୍ରରେ ଅଭିନୟ କରିବାର ସୁଯୋଗ ପାଇଲି । ତେଣୁ ନିଶ୍ଚିତ ଭାବେ ମୁଁ ବହୁତ ଖୁସି ଏହା ଅପ୍ରତ୍ୟାଶିତ ଥିଲା ଏବଂ ମୁଁ ଏହି ଭୂମିକା ଗ୍ରହଣ କରି ବହୁତ ଭାଗ୍ୟବାନ ଅଟେ। ”