୧୨୫ ଟଙ୍କାର ଖାସ୍ ସ୍ମାରକ କଏନ୍ ଜାରି କଲେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ୧ ସେପ୍ଟେମ୍ବରରେ ୧୨୫ ଟଙ୍କାର ଏକ ଖାସ୍ ସ୍ମାରକ କଏନ୍ ଜାରି କରିଛନ୍ତି
(ଦିଲ୍ଲୀ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ୧ ସେପ୍ଟେମ୍ବରରେ ୧୨୫ ଟଙ୍କାର ଏକ ଖାସ୍ ସ୍ମାରକ କଏନ୍ ଜାରି କରିଛନ୍ତି । ଏହି କଏନକୁ ସେ ଅନ୍ତର୍ଜାତୀୟ ସୋସାଇଟି ଫର୍ କ୍ରିଷ୍ଣା କନସିୟସନେସର ସଂସ୍ଥାପକ ଶ୍ରୀ ଭକ୍ତିବେଦାନ୍ତ ସ୍ୱାମୀ ପ୍ରଭୁପାଦଙ୍କ ୧୨୫ ତମ ଜୟନ୍ତୀ ଅବସରରେ ଜାରି ହୋଇଛି । ତେବେ ପିଏମ୍ ଭିଡିଓ କନଫରେସିଂ ଜରିଆରେ ଏହି ସ୍ମାରକ କଏନ୍ ଜାରି କରିଛନ୍ତି । ଯଦି ଆପଣ ମଧ୍ୟ ଏହି ଖାସ୍ କଏନ କିଣିବା ପାଇଁ ଚାହୁଁଛନ୍ତି ତେବେ RBIର ମିଣ୍ଟରେ ବୁକିଂ କରାଇପାରିବେ । ରିଜର୍ଭ ବ୍ୟାଙ୍କର ମୁମ୍ବାଇ ଓ କୋଲକାତାର ମିଣ୍ଟ ଅଫିସ ଏମିତି ସ୍ମୃତି କଏନ୍ ଜାରି କରନ୍ତି । ଏଥିପାଇଁ ପୂର୍ବରୁ ଆବେଦନ କରି ରେଜିଷ୍ଟ୍ରେସନ କରାଇବାକୁ ହେବ । ରେଜିଷ୍ଟ୍ରେସନ କରାଇବା ପାଇଁ ଆପଣ RBIର ଅଫିସିଆଲ୍ ସାଇଟକୁ ଯାଇପାରିବେ ।
ସୂଚନାନୁଯାୟୀ , ଏହା ପରେ ପ୍ରଧାନମନ୍ତ୍ରୀ ସ୍ୱାମୀ ପ୍ରଭୁପାଦଙ୍କୁ ଏକ ଅଲୌକିକ କୃଷ୍ଣଭକ୍ତ କହିଛନ୍ତି ଏବଂ କହିଛନ୍ତି ଯେ ସେ ଜଣେ ମହାନ୍ ଦେଶ ଭକ୍ତ ମଧ୍ୟ ଥିଲେ । କୌଣସି ବ୍ୟକ୍ତି ବିଶେଷ ବା ଘଟଣା ବିଶେଷର ସମ୍ମାନରେ ବା ସ୍ମୃତିରେ ଏହି ସ୍ମାରକ କଏନ୍ ଜାରି କରାଯାଏ । ଏହାକୁ ଖାସ୍ ରୂପେ ଡିଜାଇନ୍ କରାଯାଏ । ସେହି ଖାସ୍ ବ୍ୟକ୍ତି ବା ଘଟଣାକୁ ନଜରରେ ରଖି ଏହାର ଡିଜାଇନ୍ ପ୍ରସ୍ତୁତ କରାଯାଏ । ଐତିହାସିକ ସ୍ମାରକୀ, ବ୍ୟକ୍ତିତ୍ୱ, ପରମ୍ପରା ଆଦିର ସ୍ମାରକୀ ରୂପେ ମଧ୍ୟ ଜାରି କରାଯାଏ । ପ୍ରଥମ ସ୍ମାରକ କଏନର ସିରିଜ ୧୯୬୪ରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ସମ୍ମାନରେ ଜାରି କରାଯାଇଥିଲା ।
 
			
