କରୋନା ସଂକ୍ରମିତ ହେଲେ କୋରିୟଗ୍ରାଫର ଫରା ଖାନ
ବଲିଉଡ ଫିଲ୍ମ ନିର୍ମାତା ତଥା କୋରିୟଗ୍ରାଫର ଫରା ଖାନ କରୋନା ସଂକ୍ରମିତ । ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭି ଆସିଥିବା ଫରା ନିଜେ ଇନଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି।
(ମୁମ୍ବାଇ) : ବଲିଉଡ ଫିଲ୍ମ ନିର୍ମାତା ତଥା କୋରିୟଗ୍ରାଫର ଫରା ଖାନ କରୋନା ସଂକ୍ରମିତ । ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭି ଆସିଥିବା ଫରା ନିଜେ ଇନଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି।
ସୂଚନାନୁଯାୟୀ , ସେ କହିଛନ୍ତି, “ମୁଁ ଭାବୁଛି କଳା ଟୀକା ଲଗାଇ ନଥିବାରୁ ବୋଧେ ମୋ ସହ ଏମିତି ଘଟିଲା। ମୁଁ ନିଜେ ଟିକାର ଦୁଇଟି ଯାକ ଡୋଜ୍ ନେବା ସହ ଟିକାର ଡବଲ ଡୋଜ୍ ନେଇଥିବା ଅଧିକାଂଶ ଲୋକଙ୍କ ସହ କାମ କରୁଥିଲି। ତଥାପି ମୋ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି।
ମୁଁ ମୋ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ ନିଜ ନିଜର ଟେଷ୍ଟ କରାଇ ନେବାକୁ ପୂର୍ବରୁ ହିଁ କହିସାରିଛି। ଯଦି ବି ମୁଁ କାହାକୁ କହିବାକୁ ଭୁଲି ଯାଇଛି, ତା’ହେଲେ ସେମାନେ ନିଜ ତରଫରୁ ଟେଷ୍ଟ କରାଇ ନିଅନ୍ତୁ। ଆଶା ଖୁବଶୀଘ୍ର ସୁସ୍ଥ ହୋଇଯିବି।”ବର୍ତ୍ତମାନ ଫରା ଗୋଟିଏ ଘରୋଇ ଟିଭି ଚ୍ୟାନେଲର କମେଡି ଶୋ’ରେ ଜଜ୍ ଭୂମିକାରେ କାମ କରୁଥିଲେ। ଏବେ ସେ କରୋନାରେ ଆକ୍ରାନ୍ତ ହୋଇଥିବାରୁ ମିକା ସିଂହ ତାଙ୍କ ସ୍ଥାନରେ ଅସ୍ଥାୟୀ ଭାବେ ଜଜ୍ ଭୂମିକାରେ କାମ କରିବେ।