କରୋନା କଟକଣା ମଧ୍ୟରେ ୩୧ ଠାରୁ ଖୋଲିବ ଜବାହାର ନବୋଦୟ ବିଦ୍ୟାଳୟ

ଅଗଷ୍ଟ ୩୧ ଠାରୁ କରୋନା କଟକଣା ମଧ୍ୟରେ ଖୋଲିବ ଜବାହାର ନବୋଦୟ ବିଦ୍ୟାଳୟ। ନବମରୁ ଦ୍ଵାଦଶ ଶ୍ରେଣୀ ଯାଏଁ ନବୋଦୟ ବିଦ୍ୟାଳୟ ଖୋଲିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି।

(ଦିଲ୍ଲୀ) : ଅଗଷ୍ଟ ୩୧ ଠାରୁ କରୋନା କଟକଣା ମଧ୍ୟରେ ଖୋଲିବ ଜବାହାର ନବୋଦୟ ବିଦ୍ୟାଳୟ। ନବମରୁ ଦ୍ଵାଦଶ ଶ୍ରେଣୀ ଯାଏଁ ନବୋଦୟ ବିଦ୍ୟାଳୟ ଖୋଲିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଶ୍ରେଣୀ କକ୍ଷରେ ୫୦ ପ୍ରତିଶତ ଛାତ୍ରଛାତ୍ରୀଙ୍କୁ ନେଇ କ୍ଲାସ୍ କରାଯିବ। ଏନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ସୂଚନାନୁଯାୟୀ , ଅଗଷ୍ଟ ୩୧ ଠାରୁ ଜବାହାର ନବୋଦୟ ବିଦ୍ୟାଳୟ ଗୁଡ଼ିକ ଖୋଲିବାକୁ ଯାଉଛି। ଛାତ୍ରଛାତ୍ରୀମାନେ ଅଫଲାଇନ୍‌ରେ କ୍ଲାସ୍ ରୁମ୍‌ରେ କ୍ଲାସ୍ କରିବେ। ହଷ୍ଟେଲ୍ ଗୁଡ଼ିକ ମଧ୍ୟ ଖୋଲାଯିବ। ଅଭିଭାବକଙ୍କ ଅନୁମତି କ୍ରମେ ଛାତ୍ରଛାତ୍ରୀଙ୍କୁ ହଷ୍ଟେଲରେ ରହିବାକୁ ଅନୁମତି ମିଳିବ। ଏହା ସହ ଅନଲାଇନ୍ କ୍ଲାସ୍ ବ୍ୟବସ୍ଥା ମଧ୍ୟ ଜାରି ରହିବ। ଛାତ୍ରଛାତ୍ରୀଙ୍କର ମାନସିକ ଏବଂ ଶାରିରୀକ ସୁସ୍ଥତା ସୁନିଶ୍ଚିତ କରିବା ପାଇଁ କାଉନସିଲିଂର ବ୍ୟବସ୍ଥା କରାଯିବ।